STORYMIRROR

Gayatri Singh

Children

3  

Gayatri Singh

Children

ସ୍ମୃତି ସେଦିନର

ସ୍ମୃତି ସେଦିନର

1 min
352

ତୁମର ସବୁ ମନେ ଅଛି

ସେ ସ୍ମୃତି ସେ ମିଠା ମିଠା ଅନୁଭୂତି

ଆସ କିଛି ସମୟ ପାଇଁ 

ହେଉପଛେ ହଜିଯିବା ।

ଗ୍ରୀଷ୍ମ ଅବକାଶର ସେ ଅଭୁଲା ଦିନ

ଖରା ଦିନ ର ଖରା ବେଳ କଥା

ସକାଳ ପ୍ରହର ର ସ୍କୁଲ ପଢ଼ା ସାରି

ବହି ବସ୍ତାନୀ କୁ ଘରେ ଫିଙ୍ଗି ଦେଇ

ପୋଖରୀ ରେ ପହଁରିବା କଥା

ଗାଧୋଇ ସାରି ପଖାଳ ସାଙ୍ଗକୁ

ମାଛ ଭଜା ବୁଟ ଭଜା 

ଆମ୍ବଖିଆ ର କଥା। 

ଟିକେ ବିଶ୍ରାମ ନେବାପରେ ପୁଣି

ଦ୍ବିପହର ଓଳି ର ଟିଉସନ କଥା

ଧୁ ଧୁ ଖରାବେଳେ ଟିଉସନ ଯିବାଟା

ସେତେବେଳେ କିଛି ଲାଗୁନଥିଲା

ମନ ତ ଗଗନ ରେ ପବନ ପରି

ଉଡୁଥିଲା ନା

ଟିଉସନ ରେ ପାଠ ପଢା କମ 

ବଦମାସି ବେଶୀ

ଏକ ଦୁଇ ଯିବା ନାଁ ରେ

ବାହାରକୁ ଆସି

ଆମ୍ବ ଚୋରାଇ ଖାଇବାର ମଜା

ଆଉ ତେନ୍ତୁଳି ତୋଳିବାର ମଜା

କାହା ବାଡ଼ି ରୁ ଲାଠି ତ

କାହା ବାଡ଼ି କୁ ଟେକା ପକାଇ

ଚୋରାଇ ଖାଇବାରେ ଯେଉଁ ମଜା

ସେ ସବୁ ଘର ଖାଇବାରେ ନଥାଏ

ଛୁଟି ପରେ ଘରକୁ ଆସି

ଯାହି ତାହି ଢଙ୍ଗରେ ମୁହଁ ହାତ ଧୋଇ

ଖାଇବା ନୁହେଁ ଗିଳି ଦେଇ ପେଟ 

ଭରିନେବା କଥା । 

କାଳେ ପିଲାମାନେ ଖେଳ ଆରମ୍ଭ 

କରି ଦେବେଣି,ସେ ପଛରେ ପଡିଯିବ

ଡକାଡକି ହୋଇ ପିଲାମାନଙ୍କର

ରାସ୍ତା ମଝିରେ ଖେଳ

କବାଡି, ବୋହୁଚୋରି, ସେଭେନ ଡେସ୍କ

କାଚବାଟି,ବାଗୁଡି,ବିଟି ଏମିତି

କେତେ ପ୍ରକାର ଖେଳ

ଖେଳ ସରିଗଲେ ସାଙ୍ଗ ମାନେ 

ଯାଇ ସାରିଲେ

ଏକା ହୋଇଗଲେ

ବାପା ଙ୍କ ସାଇକେଲ ର ପୁରୁଣା ଟାୟାର ଆଉ ରିମ ସହିତ

ରାସ୍ତା ମଝିରେ ଦୌଡ଼ିବା ଆରମ୍ଭ ହୋଇଯାଏ।

ଘଣ୍ଟି ଶୁଭିଲେ ମନେ ପଡେ 

ସଞ୍ଜ ହେଲା

ତର ତର ହୋଇ ହାତ ଗୋଡ଼ ଧୋଇ

ଠାକୁର ଘର ଆଗରେ ରାପ ପରି

ଆହେ ଦୟାମୟ ବିଶ୍ୱ ବିହାରୀ

ପ୍ରାର୍ଥନା କୁ ସାରି ଦେଇ

ପୁଣି ସନ୍ଧ୍ୟା ଟିଉସନ ପାଇଁ ପ୍ରସ୍ତୁତି।

ଗୋଟିଏ ହାତରେ ବସ୍ତାନୀ 

ଅନ୍ୟ ହାତରେ ଲଣ୍ଠନ ଧରି 

ଟିଉସନ ଯିବା, ପୁଣି ଜାଣି ଜାଣି

ଲଣ୍ଠନ ରେ ଅଳ୍ପ କିରୋସିନି ପକାଇ

ଶୀଘ୍ର ସରିଗଲେ ପାଠ ସାରିବାର

ବାହାନା ଖୋଜିବା

ଖାଲି ପିଲାଦିନେ ହିଁ ସମ୍ଭବ ।

ପିଲାବେଳ ର ସେ ଦୁଷ୍ଟାମୀ, ସେ ବାହାନା ସବୁ କ୍ଷମଣୀୟ ।

ଏମିତି ଚାହୁଁ ଚାହୁଁ କେତେ ଶୀଘ୍ର 

ପିଲାଦିନଟା ସରିଯାଏ।  

କାନ୍ଧ ରେ ବୋଝ କାନ୍ଧଉ କାନ୍ଧଉ

ଦିନେ ସେ ଚାରି କାନ୍ଧ ଦେଇ ଚାଲିଯାଏ

ଏମିତି ଜୀବନଟା ସରିଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children