STORYMIRROR

Kali Kumar

Children Stories Romance

3  

Kali Kumar

Children Stories Romance

ଥରେ ବୁଝନ୍ତ

ଥରେ ବୁଝନ୍ତ

1 min
409

ଯଦି ଥରେ ବୁଝନ୍ତ ଯେ

ତୁମ ଲାଗି ମୁଁ କେତେ କଷ୍ଟ ସହିଲିଣି

ତେବେ ନିଶ୍ଚ ଥରେ ନା ଥରେ କେବେ

ସାକ୍ଷାତ ଲାଗି ସମୟରେ ହସ୍ତାକ୍ଷର ଲେଖନ୍ତ

କାନ୍ଥରେ ଗାର ଟାଣି ଟାଣି; ବାହାନାର 

କୋଣାର୍କ ଗଢ଼ିଥାନ୍ତ ପୁଣି; ସବୁ ଜାଣିଜାଣି ।। 


ବୋଉ ଯେମିତି କହୁଥିଲା 

ଚାନ୍ଦକୁ ଆଣି ଧରେଇ ଦେବ ହାତରେ 

ଜହ୍ନ କାଳେ କୋଳେନେବ ତାକୁ 

ମାମୁଁ ବୋଲି ଡାକିଦେଲେ ଥରେ ।। 


ତା' ପରେ

ଅଝଟ ପଣକୁ ଫିଙ୍ଗିଦେଇ

ବୋଉ କୋଳରୁ ଡେଇଁ  

ଧାଇଁ ଯାଉଥିଲେ ଗାଆଁ ପୋଖରୀ ଆଡ଼େ

ଯେଉଁଠି ଆକାଶୀ ଜହ୍ନଟା ଆସିଥିଲା

ଖୁସର ଗୋଟିଏ ଚକୋଲେଟ ହୋଇ ।। 


ବୋଉ ପରି କିନ୍ତୁ କେହି 

ବୁଝି ପାରେନି ମନ କଥା  

ଆଙ୍କି ପାରେନି ଦୁଃଖ ସୁଖର 

ଏକ ଜୀବନ୍ତ ସାରଣୀ  

ଆଜି କିନ୍ତୁ

ସେ କଥା ସବୁ ଭାରି ମନେପଡ଼େ  

କାହିଁକି କେଜାଣି ! 


ଯଦି ଥରେ ବୁଝନ୍ତ ଯେ

ତୁମ ଲାଗି ମୁଁ କେତେ କଷ୍ଟ ସହିଲିଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍