STORYMIRROR

ବି. ନିରୁପମା

Inspirational Others Children

3  

ବି. ନିରୁପମା

Inspirational Others Children

ହେଇ କୁନିଝିଅ ହସୁଛି

ହେଇ କୁନିଝିଅ ହସୁଛି

1 min
344

ହେଇ-କୁନିଝିଅ ହସୁଛି

ଦୁଇ ଦୁଇ ଦାନ୍ତ ଦିଶୁଛି

ଖେଳଣା ନେବାକୁ ତାଳି ମାରି ମାରି 

ଠୁକୁ ଠୁକୁ ଚାଲି ଆସୁଛି ।


ହାତୀ,ଡଲଫିନ-ଠେକୁଆ

ମୋଟୁଟା ତ ପୂରା ନାକୁଆ

ଚାବି ମୋଡ଼ି ଦେଲେ ଧଳା ଘୋଡା ଚାଲେ

ଦେଖିଲେ ହୋଇବ ଭକୁଆ ।


ଖଣ୍ଡି ଖଣ୍ଡି କଥା କହୁଛି

ସଭିଙ୍କର ମନ ମୋହୁଛି

ଝୁଲଣାରେ ଟିକେ ଝୁଲିବା ପାଇଁକି

ହାତ ଠାରି ପୁଣି ଧାଉଁଛି ।


ସୁନାଝିଅ ବଡ଼ ହୋଇବ

ପାଠ ପଢ଼ି ଗୀତ ଗାଇବ

କୋଟିକ ଭିତରେ ଗୋଟିଏ ହୋଇକି

ସବୁରି ଆଦର ପାଇବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational