ମୁଁ ନିମିତ୍ତ ମାତ୍ର
ମୁଁ ନିମିତ୍ତ ମାତ୍ର
ମାଆ ଗୋ ବିରଜା ଜଗତ ଜନନୀ
ସୃଷ୍ଟିର ଆଦିମୂଳ
ତୁମ ପାଦପଦ୍ମ କୋଟି ମହାତୀର୍ଥ
ଦର୍ଶନ ମହାପୂଣ୍ୟ ।
ସ୍ଥୂଳ ଏ ଶରୀର ତୁମରି ତ ଦାନ
ମାଆ ଗୋ ଆଦି ଶକତି
ଏ ଭବସାଗର ଆଲମ୍ବନ କୁଳ
ମୁକ୍ତିପ୍ରଦା ବୈତରଣୀ
ତୁମେ ମନପ୍ରାଣ ବିଜ୍ଞାନ ଅନନ୍ୟ
ମୁଁ ନିମିତ୍ତ ଆତ୍ମା ମାତ୍ର ।
ମାଆ ଗୋ ବିରଜା -----
ଶୋହେ ତୁମ ମାଥେ ଉଜ୍ଜ୍ୱଳ ସିନ୍ଦୂର
ଲିଙ୍ଗ ଗଣପତି ଚନ୍ଦ୍ର
ଶୂଳ ହସ୍ତେ ମାତ ବିଦାର ମହିଷା
ପ୍ରବୃତ୍ତି ପଶୁ ଲାଙ୍ଗୁଳ
ଅବତର ମାତ ଚଢ଼ି ସିଂହଧ୍ୱଜ
ନାଶ ରଜତମ ଘୋର ।
ମାଆ ଗୋ ବିରଜା ------
ତୁମେ ମହାମାୟା ଧ୍ୟାନ ଓ ଧାରଣା
ବିମଳା ପରମା ସ୍ୱାହା
ମାତା ଅନ୍ନପୂର୍ଣ୍ଣା ସୁଖଦା ବରଦା
ଦୁର୍ଗତେ ଭରସା ସାହା
ଦିଅ ଶୁଭାଶୀଷ ଜୀବନ ପ୍ରଶାନ୍ତି
ମୁକ୍ତି ଚଉବର୍ଗ ଫଳ ।
ମାଆ ଗୋ ବିରଜା ----
