ସଂଖ୍ୟାରେ ଗୀତ ( 31 -40)
ସଂଖ୍ୟାରେ ଗୀତ ( 31 -40)
ତିନି ଦଶ ଏକ --ଏକ ତିରିଶୀ
ଦେଖିଲି ଗୋଟିଏ ବୁଢ଼ୀ ମଇଁଷି |
ତିନି ଦଶ ଦୁଇ ----- ବତିଶି
ତା' ପିଠିରେ ପିଲାଟିଏ ବସି l
ତିନି ଦଶ ତିନି ----- ତେତିଶି
ମଧୁର ସଙ୍ଗୀତ ଆସଇ ଭାସି l
ତିନି ଦଶ ଚାରି ----ଚଉ ତିରିଶି
ଆକାଶୁ ସୁମନ ଯାଏ ବରଷି l
ତିନି ଦଶ ପାଞ୍ଚ ----- ପଞ୍ଚ ତିରିଶି
ତା' ପଛରୁ ସ|ପଟିଏ ଆସି l
ତିନି ଦଶ ଛଅ -------ଛତିଶି
ଘୋଡାଇଦିଏ ତାକୁ ନ ଦଂଶୀ l
ତିନି ଦଶ ସାତ ------ସତ ତିରିଶି
ହାତେ ଧରି ସେ ବଜାଏ ବଇଁଶି l
ତିନି ଦଶ ଆଠ ----ଅଠ ତିରିଶି
ସତେକି ଯମ ଓହ୍ଲାଇ ଆସି l
ତିନି ଦଶ ନଅ ---- ଅଣଚାଳଶି
ଆକାଶୁ ଉଇଁ ଆସଇ ଶଶୀ l
ଚାରି ଦଶ ଶୂନ -----ଚାଳଶି
ଦେଖି ଭୟଭୀତ ହେଲି ବେଶୀ l
