ବେଙ୍ଗବେଙ୍ଗୁଲୀ
ବେଙ୍ଗବେଙ୍ଗୁଲୀ
ହାକୁମ ଧାବଲ ମେଘର ସବାରୀ
ଘୋଓ ଘୋଓ ବର୍ଷାପାଣି
ବାଜୁଛି ବାଜଣା ତେଲିଙ୍ଗି ବାଇଦ
ନାଗରା ଯୋଡିମହୁରୀ ।
ବେଙ୍ଗୁଲିନାନୀର ଆଜି ବାହାଘର
ବେଙ୍ଗ ରଜାପୁଅ ବର
ବିଜୁଳି ଚମକ ଝଲସାଏ ଆଖି
ଥାଟବାଟ ପଟୁଆର ।
ରିମିଝିମି ସୁରେ ନାଚୁଛି ବରଷା
ରଙ୍ଗ ଭରେ ଇନ୍ଦ୍ରଧନୁ
ଶଙ୍ଖ ହୁଳହୁଳି ପଡୁଛି ଉଛୁଳି
ଛତ୍ର ଟେକିଅଛି ସାରୁ ।
ମଙ୍ଗଳ ଗୀତିକା ଗାଉଛନ୍ତି ସର୍ବେ
ବେଙ୍ଗୁଲି ମାତା ଭଗିନୀ
ହୁଏ ଛନ୍ନ ଛନ୍ନ ଫସଲ ପ୍ରସନ୍ନ
ସୁରକ୍ଷିତ ହେବ ଜାଣି ।
ହସିବ ତା ଲାଗି ପକ୍ୱ ସୁନା ଧାନ୍ୟ
ଜୀବନ ଅମୃତ କଣ
ହେଉ ପଛେ କ୍ଷୁଦ୍ର ମଙ୍ଗଳ କାରଣେ
ଉଭୟଚର ତା ପ୍ରାଣ ।

