STORYMIRROR

Jagannath Barik

Children Stories

3  

Jagannath Barik

Children Stories

ଏଇ ସୁନାର ଭାରତ ଭୂଇଁ

ଏଇ ସୁନାର ଭାରତ ଭୂଇଁ

1 min
288

ଏଇ ସୁନାର ଭାରତ ଭୂଇଁ

ବିଶ୍ୱେ ଏହା ସରି କେହି ନାହିଁ |

ଏଠି ବହେ ଗଙ୍ଗା ଗୋଦାବରୀ

ଏଠି ଅଛି ହିମାଳୟ ଗିରି

ନୀଳ କନ୍ଦରେ ଜଗତ ସାଇଁ

ଏଇ ସୁନାର ଭାରତ ଭୂଇଁ ||

ଏଠି କାଶୀ ବୃନ୍ଦାବନ ଧାମ

ସର୍ବ ତୀର୍ଥରାଜି ପରିପୂର୍ଣ୍ଣ

ରାମ କୃଷ୍ଣ ଲୀଳା କଲେ ଯହିଁ

ଏଇ ସୁନାର ଭାରତ ଭୂଇଁ ||

ପ୍ରତି ଶିଳା ଖଣ୍ଡ ଏଥି ପୋଥି

ଗାଉଅଛି ଅତୀତ କୀରତି

ଜ୍ଞାନ ବିଜ୍ଞାନର ଚରାଭୂଇଁ

ଏଇ ସୁନାର ଭାରତ ଭୂଇଁ ||

ଏଠି ସର୍ବ ଧର୍ମ ସମାହାର

ବିଭିନ୍ନତା ତଳେ ଏକାକାର

ଧର୍ମ ନିରପେକ୍ଷ ଆଖ୍ୟା ବହି

ଏଇ ସୁନାର ଭାରତ ଭୂଇଁ ||

କେତେ ବୀର ଶୂର ସାଧୁ ସନ୍ଥ

କଲେ ଦେଶକୁ ମହିମାନ୍ବିତ

ମୁନି ଋଷି ଅଧ୍ୟୁଷିତ ମହୀ

ଏଇ ସୁନାର ଭାରତ ଭୂଇଁ ||

ସତୀ ସୀତା ଅନସୂୟା ଦେଶ

ବୁଦ୍ଧ ଶଙ୍କର ଗାନ୍ଧି ସୁଭାଷ

ପ୍ରିୟଦର୍ଶିନୀ ଇନ୍ଦିରା ଯହିଁ

ଏଇ ସୁନାର ଭାରତ ଭୂଇଁ ||

ଚାଚା ନେହେରୁ ବଲ୍ଳଭଭାଇ

ଦେଶ ଧନ୍ୟ ଅଟଳଙ୍କୁ ପାଇ

ମୋଦୀ ଆଦର୍ଶରେ ବିଶ୍ୱ ବାଇ

ଏଇ ସୁନାର ଭାରତ ଭୂଇଁ ||

ଏଠି ଶାନ୍ତି ମୈତ୍ରୀ ବିରାଜଇ

ଉଠେ ଓଁକାର ଗଗନ ଛୁଇଁ

ବିଶ୍ୱ ସଂକ୍ଷିପ୍ତ ସାର ବୋଲାଇ

ଏଇ ସୁନାର ଭାରତ ଭୂଇଁ ||



Rate this content
Log in