STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ମୋ ଭାଷା ଓଡ଼ିଆ

ମୋ ଭାଷା ଓଡ଼ିଆ

1 min
372


ମୋ ଭାଷା ଓଡ଼ିଆ   ସବୁଠୁ ବଢ଼ିଆ

      ମୁଚୁକୁନ୍ଦ କଳାଚାନ୍ଦ

ଅପୂର୍ବ ଓଡ଼ିଶୀ    ଅପ୍ସରୀ ଉର୍ବଶୀ

    ସୁଧାବୋଳା ଗୀତଛାନ୍ଦ ।


ଢ଼ଳି ଢ଼ଳି ଚାଲେ   ସାଧବର ବୋହୁ

    ମଖମଲି ତାର ଦେହ

ନହୁଲି ବୟସୀ    ନର୍ତ୍ତକୀ ଅଳସୀ

    ବର୍ଣ୍ଣ ତା ଚନ୍ଦ୍ର ଉଦୟ ।


ତା ସ୍ୱର ସୁଦର୍ଶନ   ଧ୍ୱନି ସୁପ୍ରକାଶ

    ବ୍ୟବହାର ବ୍ୟାକରଣ

ସ୍ୱର୍ଗୀୟ ସୁଷମା   ଭରିଦିଏ ପ୍ରାଣେ

     ଅମୃତ ଭଣ୍ଡାର ଜ୍ଞାନ ।


ମାଟି ତାର ହସେ  ସୁନାର ଫସଲେ

    ମମତାର ଫୁଟେ ଫୁଲ

ସୁନେଲି କିରଣେ  ଦିଶେ ମୋ ରାଇଜ

     ଅପରୂପା ଝଲମଲ ।


ତା ବରଷା ଶୀତ    ମଧୁର ବସନ୍ତ

     ବନ ପାହାଡ ଝରଣା

ଖେଳାଏ ଆନନ୍ଦ   ଜୀବନ ଉଚ୍ଛ୍ୱ।ସ

    ଓଡ଼ିଶା ମୋ ଅନ୍ନପୂର୍ଣ୍ଣା ।


ଚାରୁ ଶିଳ୍ପ କଳା   ଉତ୍କର୍ଷେ ସମୃଦ୍ଧ

     ଯଶ କୀର୍ତ୍ତି କିରିଟିନୀ

ସବୁଜ ସୁନ୍ଦର    ବର୍ଣ୍ଣ ବିଭବିନୀ

    ଓଡ଼ିଶା ମୋ ରାଜରାଣୀ ।


ବିରଜା ବିମଳା   ମାଟି ସୁପବିତ୍ର

    କୈବଲ୍ୟ ମୁକତି ଧାମ

ସୁଦର୍ଶନ ଯୋଗେ  କାକ ଚତୁର୍ଭୁଜ

     ଜୀବନ ପୁରୁଷୋତ୍ତମ ।

         ------



Rate this content
Log in

Similar oriya poem from Inspirational