ମୋର ପ୍ରିୟ କଲେଜ
ମୋର ପ୍ରିୟ କଲେଜ
ଏଇ ତ ମୋର ମୋର ପ୍ରିୟ କଲେଜ
ଯେଉଁଠି ପାଇଛି ମୁଁ ମୋର ବ୍ୟକ୍ତିତ୍ୱ ।
ଯିଏ ମୋତେ ଦେଇଛି ଦକ୍ଷତା ଓ ଯୋଗ୍ୟତା
ଯାହାର ସବୁଜ ଅଗଣା ମୋର କିଶୋର ମନକୁ
ମୁଗ୍ଧ କରିଛି।
ସ୍ନେହମୟୀ ଜନନୀ ପରି ଯିଏ ମୋତେ
ଆଦର କରିଛି ।
ଧାତ୍ରୀ ପରି ଯିଏ ତାର ସମସ୍ତ ସନ୍ତାନକୁ
କୋଳାଗ୍ରତରେ ଆବୋରି ଧରିଛି ।
ସେଇତ ମୋର ପ୍ରିୟ କଲେଜ
ଯେଉଁଠି ଛୁଆଁ ଅଛୁଆଁର ବିଚାର ନାହିଁ ।
ସମସ୍ତେ ଗୋଟିଏ ମାଆର ସନ୍ତାନ ପରି ..
ସଭିଏଁ ନିବିଡ଼ ସମ୍ପର୍କରେ ଛନ୍ଦି ।
କେହି ମୋର ଭାଇ କେହି ମୋ ଭଉଣୀ
କେହି ପୁଣି ସଖା ସଭିଏଁ ମୋ ସହୋଦର ।
ଗୁରଜନ ଆମର ପିତା ମାତା ପରି..
ସମସ୍ତ ଭୁଲ୍ କୁ କ୍ଷମାକରି ସଦ୍ ଜ୍ଞାନ ଦିଅନ୍ତି।
ସଭିଏ ଏଇଠି ଆପଣାର ଲାଗନ୍ତି ,
ସତେ ଯେମିତି ଗୋଟିଏ ପରିବାର ପରି ..
ଏଇତ ମୋର ପ୍ରିୟ କଲେଜ
ଯେଉଁଠି ମୁଁ ଶାନ୍ତି ପାଇଛି .. ତୃପ୍ତି ପାଇଛି
ସ୍ନେହ ପାଇଛି ..ଆନନ୍ଦ ପାଇଛି ..
ଯେଉଁଠି ପାଇଛି ମୁଁ ମୋ ମନର
ଅନେକ ଅଭିଳାଷ ।
ସେଇତ ମୋର ପ୍ରିୟ କଲେଜ...
ସେଇତ ମୋର ପ୍ରିୟ କଲେଜ ।
