ବାଳିକା ଶିଶୁ ଆମ ବାଳିକା ଶିଶୁ
ବାଳିକା ଶିଶୁ ଆମ ବାଳିକା ଶିଶୁ
ବା --ବାଳା ହୋଇ ଯେତେବେଳେ
ଜନମିଲ ଏ ଧରା ବୁକୁରେ,
ବାଟ ଦେଖାଇଲ କେତେ
ନେଇ ତୁମେ ଯେ ଚାରି ଯୁଗରେ l
ଳି - କଳି ଯୁଗରୁ ଆରମ୍ଭି
ସବୁ ଯୁଗ ଥିବା ଯାଏଁ ତୁମେ,
କଳି ପରି ଶୋଭା ପାଅ
ପାଉଥିବ ଏହି ଧରାଧlମେ l
କା - କାହାର ଶତ୍ରୁ ନୁହଁ ସେ
ମୀନ ପରି ଦଶା ଭୋଗକାର,
କାହିଁକି ଏପରି ଘଟେ
ଏ କି ବିଧାତାଙ୍କର ବିଚାର l
ଶି - ଶିଶୁ ରୂପେ ଜନମିବା
ପୂର୍ବରୁ କରାଯାଏ ନିଦାନ,
ଶୀଘ୍ର ଲିଙ୍ଗକୁ ଦର୍ଶାଇ
ଗର୍ଭରେ କରାଯାଏ ନିଧନ l
ଶୁ - ଶୁଣ ମୋ ଭାଇ ଭଉଣୀ
ଯେତେ ଅଛି କରୁଣ କାହାଣୀ,
ଶୁଭ ମନସୁଛି ଯେତେ
ଭ୍ରୁଣକୁ କେ ହତ୍ୟା କରିବନି l
