STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସନ୍ଦେହ

ସନ୍ଦେହ

1 min
284

ସନ୍ଦେହ ଗୋଟିଏ

ଏମିତି ନିଆଁ

ଉଛନ୍ନ କରଇ

ସାରା ଦୁନିଆଁ।


ସମ୍ପର୍କରେ ଫାଟ

ଘାଇ କରଇ

ଜୀଇଁ ଠୁ ମରଣ

ତହୁଁ ବଳି ପଡ଼ଇ ।


ତୁ ତୁ ମେ ମେ

ଲାଗଇ ନିତି

ଜୀବନେ ଯନ୍ତ୍ରଣା

ବଢି ଯାଆନ୍ତି।


ଜୀବନ ଜୀଇଁବା

ବିଷ ପରି ଲାଗଇ

ବଞ୍ଚୁବାର ଇଛା

ସଂସାରୁ ମରି ଯାଅଇ।


ମଧୁର ଦାମ୍ପତ୍ୟ

ସନ୍ଦେହ କ୍ୟାନ୍ସର

ଦୁରାରୋଗ ଭଲ

ହେବା କଠିନ ବ୍ୟାପର।


ତେଣୁ ଦୁରେଇ ରୁହ

ସନ୍ଦେହ ଠାରୁ

ସନ୍ଦେହ ସଂକ୍ରମଣ

କାହାକୁ ନ ହେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational