STORYMIRROR

Kalandi pal

Inspirational

3  

Kalandi pal

Inspirational

ପୂଜା ପାର୍ବଣ୍ୟ

ପୂଜା ପାର୍ବଣ୍ୟ

1 min
187


ପୂଜା ଓ ପାର୍ବଣ୍ୟେ ଶୁଦ୍ଧ ପୁତିମୟେ

   ଗଢି ଉଠଇ ଜୀବନ.

ପ୍ରଭୁ ଆରାଧନା  ଜୀବନ ବାସନା

    ତା ବିନା ଜୀବନ ଶୁନ୍ୟ.!!


ସ୍ୱଚ୍ଛ ମନେ ଦାନ  କରୁଥିଲେ ଦାନ

    ହେଉଥିଲେ ଏକ ମେଳି.

ଭାଇଚାରା  ଭାତୃଭାବ  ସୃଷ୍ଟିକରି

    ଦୁଃଖ ଯାଉଥିଲେ ଭୁଲି.!!


ଅଛି ସେହି ପୂଜା  ଅଛି ପରମ୍ପରା

    ନାହିଁ ସେ ଭକ୍ତି ବାସନା.

ନାହିଁ ଭାଇଚାରା  ନିସ୍ଵାର୍ଥ ପରତା

    ସ୍ୱାର୍ଥ ପାଇଁ ସର୍ବେ ବଣା.!!


ପାର୍ବଣ୍ୟ ପର୍ବର  ଦଶରା ଆସର

    ପଲ୍ଲୀ ପୁର କୋଳାହିତ.

ଗଣେଶ ଚତୁର୍ଥୀ  ଓଡିଶାର କୃତି

    ଓଡିଶା ତ ମୁଖରିତ.!!


ପୂଜା ପାଳନରେ ବଟି ଆଦାୟରେ

   ଗୁଣ୍ଡାଗିରି ବାହାଦୁରି.

ଅଶାନ୍ତିରେ ଦାନ  ନ ହୁଏଟି ପୁଣ୍ୟ

    ଏକଥା ଯାଆନ୍ତି ଭୁଲି.!!


ବାଧ୍ୟ ବାଧ୍ୟତାରେ  ଚାନ୍ଦା ଆଦାୟରେ

    ଅଶାନ୍ତିର ବୀଜ ବୁଣେ.

ହୋଇ କ୍ରୋଧ୍ୟାନ୍ୱିତ ଯୁକ୍ତି ବାଦ ତର୍କ

    କିଏ ବି କାହାକୁ ହାଣେ.!!


ପୂଜାର ନାଁଆରେ କମିଟି ମେମ୍ବର

    ଆଦାୟ କରନ୍ତି ଅର୍ଥ.

ଚାନ୍ଦା କେ ନଦେଲେ ହାତା ହାତା ପାଇଁ

    ହୋଇଯାଆନ୍ତି ସମର୍ଥ.!!


ଭୁଲି ରୀତି ନୀତି ଦେଖାଣିଆ ଭକ୍ତି

    ମାଆଙ୍କ ପରମ ଭକ୍ତ.

ହେଲେ ପାଟି ଗନ୍ଧ ହେଉଥାଏ ମଦ

    ଏଣେ ତେଣେ ପଡେ ପାଦ.!!


ଭସାଣି ଯେ ଦିନ  ଭକ୍ତ ଭଗବାନ

    ହୁଅନ୍ତି ମଦରେ ସ୍ନାନ.

ତା ସାଙ୍ଗକୁ ହୁଏ ଚିକେନ ମଟନ

    ଯାହା ଲୋକଙ୍କର ଦାନ.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational