STORYMIRROR

Kalandi pal

Inspirational

3  

Kalandi pal

Inspirational

ବଡଦାଣ୍ଡେ ନନ୍ଦିଘୋଷ

ବଡଦାଣ୍ଡେ ନନ୍ଦିଘୋଷ

1 min
172

ବଡ଼ ଦାଣ୍ଡେ ଗଡେ ନନ୍ଦିଘୋଷ ରଥ

  କେତେ ଯେ ଭକତ ମେଳେ

ସଂସାର ପଥରେ ମୋ ଜୀବନ ରଥ

  ଏକୁଟିଆ ସବୁବେଳେ!0!


ଷୋଳ ଚକା ରଥ ତୋର ନନ୍ଦିଘୋଷ

  ଷୋଳ କଳାରେ ତୁ ପୂର୍ଣ୍ଣ

ରଥ ଚକ କେତେ ଜଣା ନାହିଁ ମୋତେ

  ମୁହିଁ ଅଟେ କଳା ହୀନ

ଗୁଣ୍ଡିଚା ଯାତରେ ଯାଉଛୁ ମଜାରେ

  ଲେଖା ନାହିଁ ମୋ କପାଳେ!1!


ମାଆ ତୋ ଚାହିଁଛି ପାଛୋଟି ନେବଟି

  ଅଜାଡି ଦେବ ତା ସ୍ନେହ

ମୋ ମାଆ କେଉଁଠି କେ ନେବ ପାଛୋଟି

  ସ୍ନେହ ଦେବ କିଏ କହ

ଅଜର ଅମର ତୋର ପରିବାର

  ଚରାମରା ମୋ ସଂସାରେ!2!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational