STORYMIRROR

Kalandi pal

Inspirational

3  

Kalandi pal

Inspirational

ଓଡ଼ିଶାର ସ୍ୱାଭିମାନ

ଓଡ଼ିଶାର ସ୍ୱାଭିମାନ

1 min
167

ଓଡ଼ିଶାର ସ୍ୱାଭିମାନ ତାର ପରିସୀମା

ମୌଳିକତା ଅଧିକାର ସୁରକ୍ଷିତେ ସିନା.!!


ଗୋଷ୍ଠି ସମ୍ପ୍ରଦାୟ ଜାତି ନିଜ ନିଜ ଧର୍ମ

ବୃତ୍ତିଗତ ବ୍ୟବସାୟ ଆଇନତଃ କର୍ମ.!!


ଓଡ଼ିଶାର ସ୍ୱାଭିମାନ ଆଜି ହୁଏ କ୍ଷୁର୍ଣ୍ଣ

ଅପାରଗ ଶାସନର ଏହି ତ ପ୍ରମାଣ.!!


ଆନ୍ଧ୍ର ନେଉଅଛି ଆଜି କୋଟିଆ ଅଞ୍ଚଳ

ପ୍ରଶାସନ ନିଦ୍ରା ଯାଏ ଦିନ ଦୁଇ ପ୍ରହର.!!


ଓଡ଼ିଶାର ସ୍ୱାଭିମାନ ତାର ଚାଷୀ ଦଳ

କେଉଁ ସ୍ୱାଭିମାନ ଆଜି ଅଛି ଓଡ଼ିଶାର.!!


ଜମି ରହୁଛି ପଡିଆ ଚାଷୀ ହେଲେ କୋଢିଆ

ମାଗଣା ଖାଇବା ଶିକ୍ଷା ଦେଲେ ବଡ଼ବଡ଼ିଆ.!!


ସ୍ୱାବଲମ୍ବୀ ହେବା ଶିକ୍ଷା ମିଳେନି କାହାକୁ

ସ୍ୱାଭିମାନ କାହିଁ ଖୋଜ ଲାଜ ନାହିଁ ମୁହଁକୁ.!!


ଓଡିଶାକୁ ଆନ୍ଧ୍ର ଦିଏ ମାଛ ପନିପରିବା

ବେଙ୍ଗଲର ଆଳୁ ବିନା ଆମେ ସର୍ବେ ମରିବା.!!


ଖାଦ୍ୟ ବାସସ୍ଥାନ ଅଟେ ଜରୁରୀ ଜୀବନେ

ସବୁଥାଇ ଉତ୍ପାଦନ ନାହିଁ ଏହି ସ୍ଥାନେ.!!


ଓଡିଶାର ଖଣି ଦ୍ରବ୍ୟ ଅନ୍ୟ ରାଜ୍ୟ ନିଏ

କାମ ବିନା ଶ୍ରମିକ ତ ଦାଦନରେ ଯାଏ.!!


ନିଜେ ସ୍ୱାବଲମ୍ବୀ ହେବା ଆମର ଇଜ୍ଜତ

ପର ପାଖେ ମୁଣ୍ଡ ବିକି ସାରିଲେ ମହତ.!!


ଯିଏ ଦିଏ ଖାଦ୍ୟ ଆଉ ଶ୍ରମିକକୁ କର୍ମ

ଅନ୍ତରକୁ ଜୟ କରେ ପାଏ ସେ ସମ୍ମାନ.!!


ତୁମ ଅପାରଗ ପଣେ ଶତ୍ରୁ ମାରେ ନାତ

ମିଛଟାରେ ନେତା କାହିଁ ହୁଅ ବିଚଳିତ.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational