Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ଗର୍ବ ଓ ଅହଙ୍କାର ନିଶା

ଗର୍ବ ଓ ଅହଙ୍କାର ନିଶା

1 min
119


ଗର୍ବ ଓ ଅହଙ୍କାର ଏପରି ନିଶା ମନେ ରହିଲେ

ଦେଖା ଯାଏ ନାହିଁ ନିଜ ଦୋଷ ଦୁର୍ବଳତା

ଜିତିବା ଓ ହରାଇବା ଚିନ୍ତାଧାରାରେ ସେ ମଣିଷର

ମନ ପର ନିନ୍ଦାରେ ରହେ ସଦା ଅନୁଚିନ୍ତା । ୧।


ଚିନ୍ତା ରହିଲେ ମନରେ କିପରି ଧନ ଠୁଳ କରିବ 

ମିଶାଣ ଫେଡାଣ ଗଣିତ ନୀତିକୁ ଧରି

ଭୁଲିବ ନିଶ୍ଚିତ ସତ୍ୟକୁ ଯେ ଶୂନରୁ ଆରମ୍ଭ ଶୂନରେ 

ତ ଜୀବନ ଶେଷ ଜୀଵନଟା ଏହିପରି ।୨ ।


ଆପଣଙ୍କୁ କେହି କଟୁ କଥା କହିଥାନ୍ତେ ତେବେ

କିପରି ମନ ମଧ୍ୟରେ ହୋଇଥାନ୍ତା ଅନୁଭବ 

କାହାକୁ କିଛି କହିବା ପୂର୍ବରୁ ସେହି ଅନୁଭବକୁ ରଖି 

କେବଳ ମନର ଭାବନାକୁ ପ୍ରକାଶ କରିବ ।୩ ।


ସ୍ୱାର୍ଥେ ବନ୍ଧା ମଣିଷ ସତେ କି ଜାଣିବ ଏ ମାୟା 

ସଂସାରେ ସର୍ବେ ମୋହିତ ଓ ମାୟାରେ ବନ୍ଧା

ସ୍ନେହ ମମତା ଭାବନା ଅଟେ ତ ସାଗର ସେଥିରେ

ବୁଡିଲେ ଜୀବନେ ଆଣି ଦିଏ ମଧୁଛନ୍ଦା ।୪ ।


ଅଭିମାନ ନୁହେଁ ତ ସ୍ୱାଭିମାନ ସେଥିରେ ମିଛରେ 

କରିବ ଗତି ସିନା ତାହା ମନେରଖ ମୂଲ୍ୟହୀନ

ଅଭିମାନ କଲେ କଅଣ ମିଳିବ ତାହା ତ ଦେଉ

ଥିବ ହୃଦୟରେ କୋହ ରହିବ ଅଶାନ୍ତ ମନ । ୫।


କହୁ ପଛେ ନିଜକୁ କଠୋରପନ୍ଥୀ ହିନ୍ଦୁ ନାହିଁ ତାର

ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ

ଆସିବନି କେବେ ଭାବନା ସର୍ବେ ଭଦ୍ରାଣି ପଶ୍ୟନ୍ତୁ  

ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ।୬ ।


କରୁ ଯେତେ ଦିନରାତି ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ 

ଶାନ୍ତିଃ ଉଚ୍ଚ ସ୍ୱରେ ମନ୍ଦିର ଭିତରେ ଗାନ

ମନ ତ ବିଗିଡ଼ିଛି ରାମ ରାଜ୍ୟ କଥା କହୁ ଥାଉ  

ସୁଧୁରିବ କି ସେ ମଣିଷର ସ୍ୱଭାବ ଓ ଗୁଣ । ୭।



Rate this content
Log in

Similar oriya poem from Inspirational