STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତୁ ଥିବୁ ମୋ ହୃଦ ସାଥେ

ତୁ ଥିବୁ ମୋ ହୃଦ ସାଥେ

1 min
159

ଭଲ ପାଏ ମାଆର ମୁହଁ

ଝାଳରେ ଟୋପି ଟୋପି

ହସିଲା ଆଖି ଭିତର ସ୍ନେହ

ମମତା ଥୋପି ଥୋପି।


ଯାହା କଥାରେ ଯାଦୁ ଅଛି

ଚୁମାରୁ ମହୁ ଝରେ

ଯା' ଆଶିଷ କୋଟି ଆୟୁଷ 

ସରଗ ଯାର କୋଳେ।


ରୋଗରେ ପଡିଲେ କେବେ

ମନ ରେ ତାର କୋହ

ସବୁ କଥା ଲାଗଇ ତ ପିତା

ଅନବରତ ଝାରେ ଲୁହ।


ନ ଖାଇ ସେ ଖୁଆଏ ମୋତେ

ନ ପିନ୍ଧି ପିନ୍ଧାଇଥାଏ

ସବୁ ଭଲ ମିଳୁ ବୋଲି ମୋତେ

ଚଉରାରେ ଦୀପ ଜାଳେ।


ମୋ ଆଖି ଦେଖି ମୋ ଭିତରକୁ

ସହଜରେ ପଢେ ଯିଏ

ନ ମାଗିବା ପୂର୍ବରୁ ମୋର ଇଛା

ପୂରଣ ସେ କରିଥାଏ।


ସେ ଦେହ ହେଲେ ମୁଁ ତାର ଛାଇ

ସେ ମୋ ଚଳନ୍ତି ଦିଅଁ

ପଡ଼ିଲେ ମାଆ ଉଠିଲେ ମାଆ

ତା ପରି କିଏ ହେବ କୁହ ।


ଭଲ ପାଏ ମାଆ ତୋତେ ଏତେ

ଆକାଶେ ତାରା ଯେତେ

ଯୁଆଡେ ରୁହେ ଯାହା ବି ହୁଏ 

ତୁ ଥିବୁ ମୋ ହୃଦ ସାଥେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational