STORYMIRROR

Kalandi pal

Inspirational

3  

Kalandi pal

Inspirational

ଆଧୁନିକ ଶିକ୍ଷା

ଆଧୁନିକ ଶିକ୍ଷା

1 min
205

ଜୀବନରେ ଶିକ୍ଷା ମାନଦଣ୍ଡ ଏକା

  ମାନଦଣ୍ଡ ସମାଜର 

ଶିକ୍ଷାର ପ୍ରସାର  ଅଜ୍ଞାନତା ଦୂର

  ବିକଶିତ ମସ୍ତିଷ୍କର !!


ଗୁରୁଙ୍କ ଆଶ୍ରମ ପ୍ରାକଶିକ୍ଷା ପ୍ରଦାନ

  ବଳିଷ୍ଠ ପ୍ରମାଣ ଶାସ୍ତ୍ରେ 

ଧନୁର୍ଧାରି ବୀର  ମହାଭାରତର

  ସିଦ୍ଧ ହସ୍ତ ପ୍ରତି ଅସ୍ତ୍ରେ !!


ଆଧ୍ୟାତ୍ମିକ ଜ୍ଞାନ  ଥିଲା ପରିପୂର୍ଣ୍ଣ

  ସକଳ ଶିଷ୍ୟଙ୍କ ହୃଦେ 

ଗୁରୁ ଆଜ୍ଞାଧିନ ଥିଲେ ଶିଷ୍ୟଗଣ

  ନିତ୍ୟେ ସେବୁଥିଲେ ପାଦେ !!


ନାହିଁ ସେହି ବନ ନାହିଁ ସେ ଆଶ୍ରମ

  ନାହାନ୍ତି ସେ ଗୁରୁକୁଳ 

ଅଛି ଆଜି କାଲି  ଅନୁଷ୍ଠାନ ଭରି

  ପଲ୍ଲୀ ପୁରେ ମାଳ ମାଳ !!


ଐଶ୍ଵରିକ ଜ୍ଞାନ ନାହିଁ ଶିକ୍ଷା ଦାନ

  ଶିକ୍ଷା ମାନଦଣ୍ଡ ଅର୍ଥ 

ଶିକ୍ଷାର ମହତ୍ୱ  ଉପାର୍ଜନେ ଅର୍ଥ

  ଖୋଜୁଥାନ୍ତି ସେହି ପଥ !!


ସକାଳ ପ୍ରାର୍ଥନା  ଈଶ୍ୱର ବନ୍ଦନା

  ଥିଲା ପ୍ରତି ବିଦ୍ୟାଳୟେ 

ବିଦ୍ୟାଳୟେ ନିତି ଜନ୍ମଭୂମି ଗୀତି

  ଆଜି ଛାତ୍ର ଛାତ୍ରୀ ଗାଏ !!


ଆଧ୍ୟାତ୍ମିକ ବାଦ  ପୁସ୍ତକ ନାହିଁ ତ

  ବୁଡ଼ିଲାଣି କେଉଁ କାଳୁ 

ବୈଷୟିକ ଜ୍ଞାନ  ଅର୍ଥ ଉପାର୍ଜନ

  ଶିକ୍ଷା ନିତି ଶିକ୍ଷା କରୁ !!


ମଣିଷ ପଣିଆ  ହରାଏ ଦୁନିଆଁ

  ଅର୍ଥ ଲୋଭି ନର ପାଶେ 

ସ୍ନେହ ପ୍ରେମ ଭକ୍ତି ନ ବୁଝୁ ସେ କିଛି

  ପଢାଏ ଅର୍ଥ ଲାଳସେ !!


ଅସହାୟ କାଳେ ନ ଥାଏ ପାଶରେ

  ଗଢ଼ିଥିବା ଭବିଷ୍ୟତ 

ବିଦେଶରେ ରହି ଅର୍ଥ ଲୋଭେ ସେହି

   ଭୁଲିଯାଆନ୍ତି ଅତୀତ !!


ରୋଗର ଶଯ୍ୟାରେ ମରଣ କାଳରେ

  ମେଣ୍ଟେନି ତା ଅବଶୋଶ

ଦେଖି ସେ ପାରେନି ତା ନୟନ ମଣି

  ଏସବୁ ଶିକ୍ଷାର ଦୋଷ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational