Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ଛୋଟ ମୋର ଗାଆଁଟି

ଛୋଟ ମୋର ଗାଆଁଟି

1 min
130


ଛୋଟ ମୋର ଗାଆଁଟି

ମହୁ ଠାରୁ ବି ଆହୁରି ମିଠା

ଲାଗେ ତାର ନାଆଁ ଟି

ଗାଁ ମୁଣ୍ଡରେ ପଣତ ଢାଙ୍କିଛି

ଜାଗୁଳାଇ ମାଆଟି

ଜଗା କାଳିଆର ପତିତପାବନ 

ସତେ ଆମ ସାହାଟି

ମାଆ ଜଠରୁ ଆସିଲି ଯେବେ 

ଡାକିଲି କୁଆଁ କୁଆଁ 

ଆନନ୍ଦେ ନେଲା କୋଳେଇ------

କହି ଆ ମୋ କୋଳକୁ ଆ

ସେଇ ମୋ ଷଠି ମାଆ

ତା ଛାତିରେ ପାଦ ଦେଇ

ଶିଖିଲି ମୁଁ ଚାଲି

ତା ଦାଣ୍ଡ ଧୂଳି ଚନ୍ଦନ ପରି 

ଦେହେ ମୁଁ ବୋଳି ହେଲି

ଛପିଛପି ମୁଁ ପ୍ରଜାପତି ଧରିଲି

ତା ପାଣି ପବନେବଡ ମୁଁ ହେଲି

ହେଲେ ପରା ମୁଁ ଯେତେ ବି ବଡ 

ତା ପାଶେ ମୁହିଁ ଛୁଆ

ଯୁଆଡେ ଯାଏ ଯେଉଁଠି ଥାଏ

ରଖିବି ତାର ନାଁ

ଅଦିନେ କେବେ ଶେଫାଳି ପରି

ପଡିବି ଯଦି ଝଡି

କୋଳେଇ ନେବ ଆଦରେ ମୋତେ

"ଜୁଇ" ଖଟରେ ସେଇ

କୋଳେର ତାର ଆନନ୍ଦେ ଶୋଇ

ଲଭିବି ମୁହିଁ ଶାନ୍ତି 

ସେ ପରା ମୋର ମାଆଟି

ସେଇ ମୋ ସଦା ସାହାଟି

ଛୋଟ ମୋର ଗାଁଟି। 



Rate this content
Log in

Similar oriya poem from Inspirational