Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ହିଂସୁକ ମୁଖରେ ଅହିଂସା ବାଣୀ

ହିଂସୁକ ମୁଖରେ ଅହିଂସା ବାଣୀ

1 min
220



ଦୁନିଆ ଦାଣ୍ଡରେ ଶୋଭନୀୟ ନୁହେଁ

ହିଂସୁକ ମୁଖରେ ଅହିଂସା ବାଣୀ

ସର୍ବେ ଚିହ୍ନିଥାନ୍ତି ତାହାର ଅନ୍ତର 

ଭଲ ରୂପେ ମଧ୍ୟ ସ୍ବଭାବ ଜାଣି ।


ହାସ୍ୟାସ୍ପଦ ତା'ର କଥାଟି କେବଳ

ଏଥିରେ ଦ୍ବିରୁକ୍ତି ନଥାଏ କିଛି

କେଉଁ ଆଶା ନେଇ କହିଥାଏ ସେହି

ନିଜ ହୃଦୟକୁ ଥରେ ନପୁଛି ।


ସମାଜ ମଙ୍ଗଳ କରଇ କି ତା'ର

କପଟ ଅନ୍ତର ମଧୁର ଭାଷା

ସିଏ କି ସତରେ ଅହିଂସା ପଥରେ

ଦେଖି ପାରିଥାଏ ଜୀବନ ଦିଶା !


ବିଶ୍ବାସଭାଜନ ହୁଏ ନାହିଁ କେବେ

ବଗର ମୁଖରେ ଶ୍ରୀରାମ ନାମ

ଭିତର ବାହାର ସିନା ସମ ଥିଲେ

ସତ୍ୟ ସିଦ୍ଧ ହେବ କାହାର କାମ ।




Rate this content
Log in

Similar oriya poem from Inspirational