STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଦାରିଦ୍ର୍ଯ

ଦାରିଦ୍ର୍ଯ

1 min
263


ଦାରିଦ୍ର୍ଯର କଷାଘାତ କି ଦାରୁଣ

ଯେ ସହିଛି ଜାଣେ ସିଏ ।

ଆନ କି ସହଜେ ବୁଝିବ ସେ କଥା

କି ଦୁଃଖ ଦାରିଦ୍ର୍ଯ ଦିଏ ?

ଦାରିଦ୍ର୍ଯ କବଳେ ହୋଇଲେ ଶିକାର

ହରିଶ୍ଚନ୍ଦ୍ର ଦାନବୀର ।

ରାଜ୍ୟ ନାରୀ ପୁତ୍ର ସକଳ ହରାଇ

ସେବାକଲେ ଚଣ୍ଡାଳର ।

ନଳରାଜା ପରା ଦାରିଦ୍ର୍ଯ କବଳେ

ଘାସ କାଟୁଥିଲେ ଦିନେ ।

ବିଧିର ବିଧାନ କେ କରିବ ଆନ

ଏକଥା ଘେନିବ ମନେ ।

ପେଟ ଚାଖଣ୍ଡକ ନପୂରଇ କେବେ

ଯଦି ନ ମିଳଇ ଦାନା ।

ଶରୀର ଢାଙ୍କିବ କିପରି ଭାବରେ

ନମିଳିଲା ଯଦି କନା  ।

ଜୀବନ ନିର୍ବାହ ବିକଟ ସମସ୍ୟା

ଉପଗତ ହୁଏ ଆସି ।

ଦାରିଦ୍ର୍ଯ ଦୀନର ଚରମ କଷଣ

କେ ଜାଣେ ତା' ଦୁଃଖରାଶି ।

ଦାରିଦ୍ର୍ଯ ହରଇ ବୁଦ୍ଧି ଶୁଦ୍ଧି ସବୁ

କରେ ବଡ ହୀନିମାନ ।

ଜୀବନର ସୁଖ ସବୁ ଯାଏ ଚାଲି

ଦାରିଦ୍ର୍ଯଗ୍ରସ୍ତ ଜୀବନ ।

ତେବେ ବି ଦାରିଦ୍ର୍ଯ ସୁଖ ଦେଲା ଆଣି

ଜୀବନରେ ସୁଦାମାର ।

ଶ୍ରୀକୃଷ୍ଣ ସୁମରି ଦରଶନ କରି

ଲଭିଲେ ସୁଖ ଅପାର ।

ଉଦଯୋଗ କଲେ ହଟିବ ଦାରିଦ୍ର୍ଯ

ନାହିଁ ଏଥିରେ ସନ୍ଦେହ ।

ଉଦଯୋଗ ବିନା ସୁପ୍ତ ସିଂହ ମୁଖେ

ମୃଗ କି ପଶିବ କହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational