STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ସବୁ ରଙ୍ଗ ଧୋଇଗଲା ପରେ

ସବୁ ରଙ୍ଗ ଧୋଇଗଲା ପରେ

1 min
339


ଫଗୁଣର ଫଗୁ ଅବୀରର ରଙ୍ଗ

ଧୋଇଦେଲେ ଛାଡ଼ିଯିବ

ଫଗୁର ଖେଳରେ ସ୍ନେହ ମମତାର

ପରଶ ଯେ ଛାଡ଼ିଯିବ ।


ଅବୀର ରଙ୍ଗ କୁ ଧୋଇଦେଲେ ସିନା

ଦେହରୁ ଯେ ଲିଭି ଯିବ

ପ୍ରେମ ,ସମ୍ମାନର ବାରତା କୁ ସିଏ

ମନେ ଦୋହରାଉ ଥିବ।


ଦୋଳର ଅବୀର ହୋଲିର ମହତ୍ତ୍ଵ

ରଙ୍ଗରେ ରଙ୍ଗରେ ମଖା

ସବୁ ରଙ୍ଗ ସିନା ଧୋଇ ହୋଇଯାଏ

ମନେ ଲେଖି ଯାଏ ଗାଥା ।


ଜୀବନରୁ ରଙ୍ଗ ଧୋଇ ହୋଇ ଗଲେ

ଆଖିକୁ ବେରଙ୍ଗ ଲାଗେ

ଆତ୍ମା ଯଦି ପ୍ରେମ ରଙ୍ଗେ ମାଖି ହୁଏ

ବେରଙ୍ଗେ ସୁରଙ୍ଗ ଦିଶେ ।


ଉପରେ ଯେତିକି ରଙ୍ଗ ମାଖି ହେଲେ

ଧୋଇଦେଲେ ଧୋଇ ଯାଏ

ଆତ୍ମାକୁ ଶାଶ୍ଵତ ପ୍ରେମେ ରଙ୍ଗାଇଲେ

ସୌନ୍ଦର୍ଯ୍ୟ ଆପେ ଉକୁଟେ ।


ସବୁ ରଙ୍ଗ ଧୋଇଗଲା ପରେ ଏ ଜୀବନେ

ଶ୍ଵେତ ଚିରସ୍ଥାୟୀ ରଙ୍ଗ

ଶ୍ଵେତରେ ଶାଶ୍ଵତ ପ୍ରୀତି ଭ୍ରାତୃତ୍ୱର

ସ୍ପର୍ଶ ଦେବା ଅନ୍ତରଙ୍ଗ ।


ସବୁ ରଙ୍ଗ ଧୋଇଗଲା ପରେ ମଧ୍ୟ

ମଣିଷ ପଣିଆ ଥାଏ

ରଙ୍ଗ ହୀନ ସିନା ଚିର ଶାଶ୍ଵତ

ସମସଙ୍କୁ ଟାଣି ନିଏ ।


ସବୁ ରଙ୍ଗ ଧୋଇ ବୋହି ଯାଏ ସିନା

ମାନବ ବାଦ ହଜେନି

ମାନବିକତାର ରଙ୍ଗ ପରା ଗାଢ

ପ୍ରୀତି ପରଶ ବାଣ୍ଟଇ ।


ସବୁ ରଙ୍ଗ ଧୋଇ ବୋହିଯାଏ ସିନା

ପ୍ରେମ ରଙ୍ଗ ଲିଭେ ନାହିଁ

ପ୍ରେମ ପରଶ ରେ ରଙ୍ଗ ହୀନ ପ୍ରାଣେ

ପୁଣି ରଙ୍ଗ ଉକୁଟଇ ।


ଉପରର ରଙ୍ଗ ଧୋଇଗଲେ ଯାଉ

ଆତ୍ମା ରଙ୍ଗ ହସୁ ଥାଉ

ପ୍ରଭୁ ପ୍ରେମେ ଅବା ତାଙ୍କ ସୃଷ୍ଟି ପ୍ରେମେ

ହୃଦ ବ୍ୟାକୁଳିତ ହେଉ ।


ସବୁ ରଙ୍ଗ ଧୋଇ ଗଲା ପରେ ଏ ଜୀବନୁ

ସତ୍ଯ ର ରଙ୍ଗ ଲିଭେନା

ସତ୍ୟ ଚିରନ୍ତନ ଅଲିଭା ରଙ୍ଗ ଯେ

ଚିର ଶକ୍ତିମୟୀ ଗଙ୍ଗା ।


ଜୀବନର ରଙ୍ଗ ଧୋଇଗଲେ ଯାଉ

ଜୀବନ ଲକ୍ଷ୍ୟ ବୁଝିବା

ଦୁର୍ଲଭ ଜନମ ସାର୍ଥକ କରିବା

ଆତ୍ମାକୁ କଷ୍ଟ ନ ଦେବା ।

   

 


Rate this content
Log in

Similar oriya poem from Inspirational