Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anjana Naik,Deogarh

Inspirational

4  

Anjana Naik,Deogarh

Inspirational

ନାରୀ ଓ ସମାଜ

ନାରୀ ଓ ସମାଜ

1 min
267



ମହିଳା କେବେ ଥିଲା 

ଏଇ ସମାଜରେ ଅବଳା -ଦୁର୍ବଳା,  

ବର୍ତ୍ତମାନ ସେ ଅଣ୍ଟା ଭିଡିଛି, 

ନିଜେ ସ୍ୱାବଲମ୍ବୀ ହେବାପାଇଁ, 

ପୁରୁଷର କାନ୍ଧରେ କାନ୍ଧ ମିଳାଇ  

ସେ ସମସ୍ତ କ୍ଷେତ୍ରରେ  

ସମାନତା ହାସଲ କରିଲାଣି  

ଯୁଗ ବଦଳି ଗଲାଣି ।। 


କେବେ ସାଥୀ-ସହପାଠୀ-ସହକର୍ମୀ, 

କେବେ ସମାଜକୁ 

ଆଗକୁ ବଢ଼ାଇବା ପାଇଁ 

ସେ ସାଜେ ସହଧର୍ମିଣୀ, 

ତ୍ଯାଗ ତ ନାରୀର ଚରିତ୍ର  

ପୁଣି ଏବେ ସେ ନିଜ ହିପାଜତ  

ନିଜେ କରିବା ତଥା ଦେଶର  

ସୁରକ୍ଷା ପାଇଁ ବୀରାଙ୍ଗନା ବନିଲାଣି 

ଯୁଗ ବଦଳି ଗଲାଣି ।।


ଘରୁ ବାହାରି ମଥାର ଓଢ଼ଣା ଛାଡ଼ି 

ହେଲମେଟ୍ ପିନ୍ଧି ମୋଟର ସାଇକେଲ୍ 

ତ କେବେ ଗାଡ଼ି ଚ଼ଲାଇ 

ଲକ୍ଷ୍ୟସ୍ଥଳକୁ ପହଞ୍ଚିଲାଣି ।।

ସାହି, ସମାଜ,ରାଜ୍ୟ,ଦେଶର 

କୃଷି, ଶିକ୍ଷା, ବିଜ୍ଞାନ କ୍ଷେତ୍ରର 

ସମସ୍ତ କାର୍ଯ୍ୟରେ ଆଗେଇ

ଅନ୍ୟ ଗ୍ରହର ଅକ୍ଷାଂଶ ଦ୍ରାଘିମା ମାପି

ବିଶ୍ବ ପ୍ରସିଦ୍ଧ ହେଲାଣି  

ଯୁଗ ବଦଳି ଗଲାଣି ।।



Rate this content
Log in

Similar oriya poem from Inspirational