STORYMIRROR

Sandhyarani dash

Inspirational

3  

Sandhyarani dash

Inspirational

ବାନ୍ଧିବ କୃପା ଡୋରରେ

ବାନ୍ଧିବ କୃପା ଡୋରରେ

1 min
209


ତୁମକୁ ଦେଖିଛି ଅରୁଣ ଆଭାରେ

ଦେଖେ ପୁଣି ଜୁଆରରେ

ଦେଖେ ନିତି ମନେ ହୃଦୟ କାନନେ

ଦେଖେ ଫୁଲ ପତରରେ।


ଆପଦ ବିପଦ ଖୋଜୁ ଥାଏ ନିତି

ତୁମକୁ ମନ ମନ୍ଦିରେ

ଶିଶୁ ମଧୁ ହସେ ତୁମ ମୁଖ ଦିଶେ

ଦେଖେ ନୟନ ଲୁହରେ

ସେ ନୟନ ଧାରା ଥାଏ ଆନନ୍ଦର

ଭାସେ ମଳୟ ବାଆ ରେ।


ଯେତେ ଥିଲେ ଦୂର ଦୁଃଖ ନାହିଁ ମୋର

ଅଛ ହୃଦୟ ଭିତରେ

ପାଖେ ଥିଲେ ମୋର ନ ଥାଏ ଟି ଡର

ଥ କେ ନାହିଁ ଜୀବନରେ

ମୋ ନା ଆ ର ମଙ୍ଗ ଥିବ ତୁମ ସଙ୍ଗ

ବାନ୍ଧିବ କୃପା ଡୋରରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational