STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ମୁଁ ଛାର ମଣିଷ

ମୁଁ ଛାର ମଣିଷ

1 min
213

ମୁଁ ଛାର ମଣିଷ

ମୋ ଉପରେ ନାହିଁ

    ମୋର ଭରସା ବିଶ୍ୱାସ 

ଅନ୍ଧାର ପଥେ ମୁଁ

ଏକା ଏକା ଚାଲି

     ହେଉଛି ଖାଲି ନିରାଶ।୦।


ପ୍ରଭୁ ଜଗନ୍ନାଥ

ଅନାଥର ନାଥ

    ଭରି ଦିଅ ହେ ସାହସ 

ତୁମେ ଜଗଦୀଶ

ସତ୍ୟର ଆଲୋକ

     ମୋ ଜୀବନର ପ୍ରକାଶ।୧।


ମିଛ ମାୟା ମୋହେ

ପଡି଼ ରହି ବାରେ

    ହେଉଛି ମୁଁ ଯେ ବିବଶ 

ତୁଚ୍ଛା ଆଶା ମୋର

ବଢାଉଛି ଲୋଭ

     ଜ୍ଞାନ ବୁଦ୍ଧି ହୁଏ ନାଶ।୨।


ଚରଣେ ଶରଣ

ଦିଅ ପ୍ରଭୁ ମୋତେ

     ମୁଖେ ଫୁଟି ଉଠୁ ହସ 

ଭକ୍ତି ଚିତ୍ତେ କରେ

ତୁମକୁ ପ୍ରଣାମ

    ମୋତେ ଦିଅ ହେ ଆଶିଷ।୩।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational