ମୂଳଭିତ୍ତି
ମୂଳଭିତ୍ତି


ମଟାଳ ମାଟିର ଚୂ6ର୍ଣ୍ଣ
ସୂକ୍ଷ୍ମ ବାଲୁକାର କଣେ
ଗଢାଯାଏ ଯତନରେ ଇଟା ଗୋଟି ଗୋଟି
ଶୁଖାଯାଏ ରୈ।ଦ୍ରତାପେ
ଆଗ୍ନେୟ ଜ୍ୱାଳା ଉତ୍ତାପେ
ବଜ୍ରଠୁ କଠିନ ହୁଏ ତାର ବକ୍ଷଟି ।
ପାହାଡ଼ ଶିଳା ଚଟାଣ
ନିହାଣ ପ୍ରହାରେ ଖଣ୍ଡ
ମାପଚୂପେ କଟାହୁଏ ବର୍ଗ ଓ ଆୟତ୍ତେ
ଥାପି ନେଇ ମଜଭୂତେ
ଗଢାଯାଏ ଗୃହ ହସ୍ତେ
କଳାକୃତି ଅଙ୍କାଯାଏ ଚିତ୍ର ଚାରିକାନ୍ଥେ ।
ଶୂନ୍ୟେ ପକାଯାଏ ଛାତ
ମରୁତ ବେଗ ରୋଧିତ
ଝରକା କବାଟ ଲାଗି ଗୃହ ସୁରକ୍ଷ
ମସୃଣ ହୁଏ ଚଟାଣ
ଶେଜ ସୁପାତି ନରମ
ଶୋଭାପାଏ ଆସବାବ ମୂଲ୍ୟବାନ ପଲଙ୍କ ।
ସୋଫା ଗଦି ଚଉକିରେ
ବସାଉଠା ଆରାମରେ
ମଉଜରେ ଭୁଞ୍ଜାହୁଏ ଚଉଷଠି ବ୍ୟଞ୍ଜନ
ଜୀବନ ମହାନାଟକେ
ଭଳେ ମନ ବାହ୍ୟଦୃଶ୍ୟେ
ଲୁଚିଥାଏ ସୁଖ କିନ୍ତୁ ଚରିତ୍ରରେ ପ୍ରଚ୍ଛନ୍ନ ।
ମାତାପିତା ସହୋଦର
ବନ୍ଧୁ ବର୍ଗ ପରିବାର
ସୁସମ୍ପର୍କ ସମ୍ବନ୍ଧକୁ ଯତନରେ ସାଉଁଟି
ମମତା ସ୍ନେହ ସୋହାଗେ
ତୋଳିହୁଏ ଘର ହୃଦେ
ମଧୁମୟ ସ°ସାରରେ ସତ୍ୟ ମୂଳଭିତ୍ତି ।
ହୋଇ ସମଭାବାପନ୍ନ
ପରିବାରେ ଏକମନ
ବନ୍ଧନ ପବିତ୍ର ଯଦି ହୋଇପାରେ ଦୃଢ଼
ଭରିଯାଏ ସୁଖଶାନ୍ତି
ଜୀବନର ସାର୍ଥକତା
ବୈକୁଣ୍ଠ ସମାନ ହୁଏ ଘର ପରିବାର ।