Bishnupriya Panda

Inspirational

4.5  

Bishnupriya Panda

Inspirational

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
331



ଉତ୍କଳ ଗୌରବ ମଧୁସୂଦନ ତ

ସମସ୍ତେ ଅଛନ୍ତି ଜାଣି

ଅର୍ଦ୍ଧ ଶତାବ୍ଧି ର ଇତିହାସ ସେତ

ଉତ୍କଳ ମଉଡମଣୀ l

ସାମାଜିକ ଅର୍ଥନୀତି ରାଜନୀତି

ଶିକ୍ଷା ଓ ବାଣିଜ୍ୟ ଆଦି

ଜୋତା କାରଖାନା ଗଢି ଉଠିଥିଲା

ତାଙ୍କ ସମୟ ପରିଧି l

ନବ ଓଡ଼ିଶାର ନିର୍ମାତା ସେହିଁଯେ

ପ୍ରଥମରେ ବାରିଷ୍ଟର

ଦେଶର ଉନ୍ନତି ପାଇଁ କି ଚେଷ୍ଟିତ

ପରିଚିତ ଘରଘର l

କୋଟିକେ ଗୋଟିଏ ଉତ୍କଳ ମାତାର

ଜ୍ଞାନୀ ଗୁଣି ବର ପୁତ୍ର

ଯେ ଯେଉଁଠି ଥିଲେ ଓଡିଶା ବାସୀଙ୍କୁ

କରିଥିଲେ ସେ ଏକତ୍ର l

ସ୍ୱାର୍ଥକୁ ଆହୁତି ଦେବାର ଡାକରା

ଥିଲା ତାଙ୍କ ମୂଳମନ୍ତ୍ର

ଦେଶ ବିଦେଶ ରେ ଓଡ଼ିଆ କିପରି

ହୋଇବେତ ସନମାନୀତ l

ଉତ୍କଳ ସମାଜ ଗଢ଼ାଇ ଦେଇସେ

 ଓଡିଶା କୁ ଏକ କରି

ନୋହିଲେ ଆମେତ ବଙ୍ଗୀୟ ଅଥବା

ହୋଇଥାଆନ୍ତେ ବିହାରୀ l

ବିଶ୍ୱ ଦରବlରେ ତlରକସୀ କାମେ

ଓଡ଼ିଆ ପ୍ରସିଦ୍ଧ ବୋଲି

ବାଣିଜ୍ୟ ରେ ପୁଣି ପ୍ରଥମେ ସଭିଙ୍କୁ

ଉତ୍ସାହ ତ ଦେଲେ ଭରି l

ଚୌଧୁରୀ ଵଂଶରେ ଜନ୍ମ ଲଭିଥିଲେ

ପିତା ରଘୁନାଥ ଦାସ

ମାତାତ ପାର୍ବତୀ ଅସାଧାରଣ ସେ

ଯା ପୁତ୍ର ଜଗତେ ଖ୍ୟାତ l

କଟକ ର ସତ୍ୟଭାମା ପୁର ଗୋଟି

ତୀର୍ଥ ସ୍ଥଳ ହେବା କଥା

କି ମନ୍ଦିର ମସଜିଦ ଅବା କେବେ

ହୋଇବ କି ତାଙ୍କୁ ଲେଖା l

ଅଠରସ ଅଠଚାଳିଶି ମସିହା

ଏପ୍ରିଲ ର ଅଠାଅସି

ଜନମି ଗୋବିନ୍ଦ ବଲ୍ଳଭ ନାମରେ

ନାମିତ ପ୍ରବାଦ ଅଛି l

ସବୁଙ୍କ ମୁଖରେ ତାଙ୍କ ଗୀତ ଶୋଭା

ସିଏ ତ ଜଗତ ଜିତା

ଧନ୍ୟ ପିତା ମାତା ଧନ୍ୟ ମଧୁ ବାବୁ

ସ୍ୱାର୍ଥ କରିଦେଲ ତ୍ୟକ୍ତା l

ଊଣାଇସ ଚଉତିରିଶି ମସିହା

ତୁମର ପ୍ରୟାଣ ବେଳ

ଇତିହାସେ ତୁମ ନାମ ରହିଗଲା

ଯୁଗ ଥିବ ଯେତେ କାଳ l

ଲୋପ୍ୟ ହେଉଅଛି ଓଡ଼ିଆ ଭାଷାଟି

ଆଉ ଥରେ ଆସି ଯାଅ

ତୁମ ଗୌରବରେ ଗୌରାବାନ୍ୱିତ ତ

ସମସ୍ତଙ୍କୁ କରିଥାଅ l


Rate this content
Log in

Similar oriya poem from Inspirational