STORYMIRROR

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ଚିହ୍ନା ମଣିଷର ଅଚିହ୍ନା ମୁହଁ

ଚିହ୍ନା ମଣିଷର ଅଚିହ୍ନା ମୁହଁ

1 min
289


କାଳର କରାଳ କୁଟୀଳ ଚକ୍ରରେ

ଘୋଟିଯାଏ ଘନ ଅମା ଅନ୍ଧାର

ଅବକ୍ଷୟ କ୍ରମେ ବନ ସବୁଜିମା

ଅସାର ଲାଗଇ ଏହି ସଂସାର ।

ବଢେ ପାପପଙ୍କ ଅନୀତି ଅନ୍ଯାୟ

ବ୍ଯାଧି ପ୍ରଦୂଷଣେ ଜୀବନ ଗ୍ରସ୍ତ 

ବ୍ଯଭୀଚାର ହିଂସା ସ୍ବାର୍ଥ ଦାବାନଳ 

ବିଭୀଷିକା ଯୁଦ୍ଧ ତ୍ରାସ ଉତ୍କଟ ।

ଭୋଗ ଆତ୍ମସୁଖେ ପାଗଳ ମଣିଷ

ଭୁଲିଯାଏ କ୍ରମେ ଶାନ୍ତି ସଂପ୍ରୀତି

ସହ ଅବସ୍ଥାନ ମୈତ୍ରୀ ସଦ୍ଭାବନା

ହଜିଯାଏ ମନୁ ଉପୁଜେ ଭୀତି ।

ପରିବେଶ ପରିସ୍ଥାନିକ ସଙ୍କଟ 

ଭୟଙ୍କର ପୃଥ୍ବୀ ଧ୍ବଂସାଭିମୁଖୀ

ଭୁଲି ମାନବତା ଉତ୍ତମ ଦିବ୍ଯତା

ବିପଥେ ସମାଜ ଭୋଗେ ଦୁର୍ଗତି ।

ସତ୍ୟଧର୍ମ ନ୍ଯାୟ ନୀତି ସୁସଂସ୍କାର 

ପଥ ସମୁଜ୍ଜ୍ୱଳ କର୍ତ୍ତବ୍ଯ ନିଷ୍ଠା

ଦୁର୍ଲଭ ହୁଅଇ ସ୍ବଭାବ ସରଳ

ଭକ୍ତି ସୁବିଶ୍ବାସେ ଭଣ୍ଡାମୀ କୁଣ୍ଠା ।

ହୁଗୁଳି ଯାଉଛି ଆତ୍ମିକ ବନ୍ଧନ

ପରିବାରେ ନାହିଁ ମମତା ସ୍ନେହ 

ଗ୍ରାସୁଛି ଗ୍ରହଣ ଚନ୍ଦ୍ର ସୂର୍ଯ୍ଯ ଦେହେ

ଚିହ୍ନା ମଣିଷର ଅଚିହ୍ନା ମୁହଁ ।



Rate this content
Log in

Similar oriya poem from Inspirational