Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational

4  

Nrusingha Narayan Tripathy

Inspirational

ବିମାନେ ସୁନ୍ଦର ରାଧାରାଣୀ ସାଥେ

ବିମାନେ ସୁନ୍ଦର ରାଧାରାଣୀ ସାଥେ

1 min
302


ସୋଲେ ସାଜସଜ୍ଜା ହେଉଅଛି ମଜା

  ଦୋଳେ ଝଲସୁଛି ରାଧା

ପ୍ରେମର ବନ୍ଧନ ଅଭୁଲା ସପନ

  ପ୍ରେମ ଜିତେ ସବୁ ବାଧା ll


ସେ ନନ୍ଦ କୁମର ଧନ ଗୋପୀଙ୍କର

  ଷୋଳ କଳା ପରିପୂର୍ଣ୍ଣ

ଗୋପୀ ଗୋପାଙ୍ଗନା ପ୍ରେମେ ଆନମନା

 ରାଧା ପ୍ରେମେ ଭାସେ କୃଷ୍ଣ ll


ହୁଏ ଆଲୋଚନା ରାଧାରାଣୀ ମନା

  ପାଇବାକୁ କୃଷ୍ଣ ପ୍ରେମ

ହୃଦୟ ଅଧୀର ପ୍ରତିଟି ଶ୍ୱାସର

  ଲେଖାଥାଏ କୃଷ୍ଣ ନାମ ll


ଯମୁନାର କୂଳ ମଧୁ କୁଞ୍ଜ ବନ

  ଅଭୁଲା ବସନ୍ତ କାଳ

କୃଷ୍ଣ ଚୁଡା ଫୁଲ ମାରି ଫୁଲମାଳ

 ରସେ ଝୁମନ୍ତି ଗୋପାଳ ll


ହାତେ ଫଗୁ ଧରି ପିଚିକାରି ମାରି

  ରଙ୍ଗ ଖେଳ ରାଧା ସହ

ସମୟ ହଜିଛି ଯୁଗ ବଦଳିଛି

  ଭୁଲିନୁ କୃଷ୍ଣର ମୋହ ll


ପଲ୍ଲୀର ପ୍ରକୃତି ଦୋଳ ଯାତେ ମାତି

  ଆନନ୍ଦ ବିଭୋର ମନେ

ସଜ୍ଜାଇ ବିମାନ ବସାଇ ଶ୍ରୀକୃଷ୍ଣ

  ଭ୍ରମନ୍ତି ସାରା ଭୁବନେ ll


ରଙ୍ଗ ବୋଳା ବୋଳି ହୋଇ କୋଳାକୋଳି

   ଅବିର ଲଗାଇ ଦେହେ

ଛାଡି ହିଂସା ଦ୍ୱେଷ ଭାତୃତ୍ୱେ ବିଶ୍ୱାସ

  ଦୋଳ ଯାତ ମନ ମୋହେ ll


ବିମାନେ ସୁନ୍ଦର ସେ ନନ୍ଦ କୁମର

  ଆଶିଷ ଦିଅହେ ଭରି

ଦୋଳ ପରବରେ ଗୁହାରି କରୁରେ

 ପ୍ରେମକୁ ପାଥେୟ କରି ll



Rate this content
Log in

Similar oriya poem from Inspirational