Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ତ୍ୟାଗ ତର୍ପଣ

ତ୍ୟାଗ ତର୍ପଣ

1 min
145


ତୁମ ତ୍ୟାଗ ତର୍ପଣ

ଢ଼ଳଢ଼ଳ ଛଳଛଳ

ପଦ୍ମଦଳେ କଳକଳ

ଶିଶିର ମୁକ୍ତା ସମ ଉଜ୍ଜଳତମ ସମୀକରଣ ।


ତୁମ ତ୍ୟାଗ ତର୍ପଣ

ଧୋବ ଫରଫର ବିତରେ ଅତର

ମଲ୍ଲୀ ଫୁଲିଆ ବାସନା ଚଉତା ଚାଦର

ସଦା ଭୁରୁଭୁରୁ ତନ ମନ ସମୁଜ୍ଜଳ ସମ୍ବରଣ ।


ତୁମ ତ୍ୟାଗ ତର୍ପଣ

ମନ ଆକାଶେ ବୁଣେ

ଚିନ୍ତା ଚେତନାର କୋଣେ

ସମାଧାନର ଅନୁକୋଣେ

ହରରଙ୍ଗୀ ମୁରୁଜ ଦର୍ପଣ ।


ତୁମ ତ୍ୟାଗ ତର୍ପଣ

ଦୂର ଦିଗବଳୟ କୋଳେ

ଶରଣ ବିଦାୟ ବେଳେ

ରକ୍ତିମ ସୁରୁଜ ଭଳି

ଛାପି ଥିବା ରକ୍ତିମ 

ଆଭା ପ୍ରଭା ବିଭା ମର୍ମଣ ।


ତୁମ ତ୍ୟାଗ ତର୍ପଣ

ଦୀପର ପବିତ୍ର ଅଗ୍ନିକଣା

କଳୁଷ ପୋଛା ଭକ୍ତିବୀଣା

ତିମିର ହତ୍ୟାରା ସଂଧ୍ୟା ମାର୍ଜଣା

ଜୀବନର ବଡ଼ଦାଣ୍ଡେ ଦିଗବାରେଣୀ

ଭକ୍ତି ଯୁକ୍ତି ସୁକ୍ତି ମୁକ୍ତିର 

ଅଲିଭା ପଥଚାରଣ ।


ତୁମ ତ୍ୟାଗ ତର୍ପଣ

ଆଦର୍ଶ ଆଇନା

ବଳିଦାନ ବନ୍ଦାପନା

ସମାଧାନ ନମୁନା

ପରୀକ୍ଷା ପାହାଚ଼ ଚଢ଼ା ପ୍ରେରଣା

ଯୁଗେ ଯୁଗେ ମୋ ପାଇଁ

ଗୀତା ଭାବଗତାମୃତ ପ୍ରାତଃ ସୁମରଣ ।


Rate this content
Log in

Similar oriya poem from Inspirational