STORYMIRROR

Jagannath Barik

Inspirational

3  

Jagannath Barik

Inspirational

ନାହିଁ ସେ ରଜ ମଉଜ

ନାହିଁ ସେ ରଜ ମଉଜ

1 min
184

 ନାହିଁ ସେ ରଜ ମଉଜରେ ସଜନୀ..ନାହିଁ ସେ ରଜ ମଉଜ 

ନାହିଁ ପୂର୍ବ ପଲ୍ଲୀ ଗଲାଣି ବଦଳି ସହରିଆ ସଜବାଜ(0)


ଗାଁମୁଣ୍ଡ ବର ରସାଳ ଶାଖାରେ ନାହିଁ ସେ ବାଉଁଶ ଦୋଳି

ନାହିଁ ପଟା ଦୋଳି ପୁଚି ଲୁଚକାଳି ନାହିଁ ପଶା ତାସ୍ ପାଲି |1


ନାହିଁ ଦଳ ମେଳ ଗହଳ ଚହଳ ନାହିଁ ସେ ପୂର୍ବ ମାଧୁରୀ 

ରଜ ଲାଗେ ଫିକା ଖାଲି କୃତ୍ରିମତା ସର୍ବତ୍ର ହୁଅଇ ବାରି |2|


ପୂଣ୍ୟ ଉତ୍କଳର ବାରମାସେ ତେର ପର୍ବ ମଧ୍ୟେ ଶିରସାର

ଚାରି ଦିନ ଧରି ଧରଣୀ ମାତାର ଶୁଭ ପୂଜା ଅବସର |3|


ହୁଏ ଋତୁମତୀ ମାତା ବସୁମତୀ ସ୍ମୃତି ଶାସ୍ତ୍ର ସମ୍ବଳିତ 

ଭୂମି କରଷଣ ଖନନ ଦାରଣ କୃଷିକର୍ମ ନିଷେଧିତ |4|


ପ୍ରଥମେ ପହିଲି ରଜ ଦ୍ୱିତୀୟରେ ମଥୁନ ସଂକ୍ରାନ୍ତି ଭୋଗ 

ତୃତୀୟରେ ଭୂଇଁ ଦିଅଁଣ ଚତୁର୍ଥେ ବସୁମତୀ ସ୍ନାନ ଯୋଗ |5|


ମିଥୁନରୁ ହୁଏ ମୌସୁମୀ ଆଗମ ପହିଲି ଆଷାଢ଼ ବାରି 

ପରଶରେ ଧରା ହୁଏ ଆତ୍ମହରା ଶସ୍ୟ ଦଳେ ଯଏ ଭରି |6|


ନାହିଁ ମାଟି ବାସ୍ନା ନାହିଁ ଅନୁଚିନ୍ତା ବିଜ୍ଞାନ କରିଛି ବାଇ 

ଚର୍ମ ଉପାନତ ପିନ୍ଧି ଆତଯାତ କୁସଂସ୍କାର ଆଖ୍ୟା ଦେଇ |7|


ଚକୁଳି ଆରିଷା ମଣ୍ଡା ପୋଡ଼ ପିଠା ଇଟିଲି କାକରା ବରା

ନିଜେ ନିଜପାଇଁ ଗୃହରେ ବନାଇ ମଜା ନେଉଛନ୍ତି ପରା |8|


ନାହିଁ ଭାଇଚାରା ଭାବ ପ୍ରୀତିଧାରା ଦିଆନିଆ ଟି ସପନ 

ସ୍ଵାର୍ଥ ଗୁଚ୍ଛ ଚେର ବାନ୍ଧିଛି ସକଳ ସମାଜ ସ୍ଥିତି ବିପନ୍ନ |9|


ଝିଅ ବୋହୂଙ୍କର ପ୍ରଧାନ ପରଵ କାଟିବା ବାଟିବା ମନା 

ପିନ୍ଧି ନବ ବାସ ଆନନ୍ଦ ଉଲ୍ଲାସ ଖେଳ କୁଦେ ଊନ୍ନମନା |10|


ପାଦରେ ଅଳତା ମେହେନ୍ଦି ପ୍ରଲିପ୍ତା ନବ ନବ ପ୍ରସାଧନେ 

ସ୍ଵସଂସ୍କୃତି ଭୁଲି ଫେସନ ଷ୍ଟାଇଲି ପାଶ୍ଚାତ୍ୟ ଅନୁକରଣେ |11|


ଲଜ୍ଜା ଥିଲା ଦିନେ ନାରୀ ଆଭୂଷଣ ଆଜି ଅର୍ଥ ଉପାର୍ଜନ

କିଥିଲା ଭାରତ କିହୋଇଛି ଆଜ ସବୁ ଘୋର ବିବର୍ତ୍ତନ|12|


ରଜରେ ରଜରେ ରଜତ ରଙ୍ଗରେ ସକଳେ ଅଭିନନ୍ଦନ

ସରସ ସୁନ୍ଦରଶୋଭାମୟ ହେଉ ସଚରାଚର ଜୀବନ|13|


ପ୍ରଭୁ ଦୟାମୟ ହୁଅନ୍ତୁ ସହାୟ ହଟୁ କରୋନାର ଭୟ

ନୀଳାଦ୍ରୀ ସାମନ୍ତ ଜଗତର ନାଥ ବିଶ୍ୱ କର ନିରାମୟ l14l



Rate this content
Log in

Similar oriya poem from Inspirational