STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଜ୍ଞାନମଣ୍ଡଳ

ଜ୍ଞାନମଣ୍ଡଳ

1 min
122

ଏ ସନ ବାପାଙ୍କ ଶ୍ରାଦ୍ଧସାରି 

ଗାଁରୁ ଆସୁଥିଲି ଫେରି

ବାପା ସିନା ନାହାନ୍ତି ସ୍ୱଦେହେ

ସେ ଲଗେଇ ଥିବା ଟଗର ଗଛରେ

ଫୁଲରେ ପତ୍ରରେ କାକର ବିନ୍ଦୁରେ

ତାଙ୍କ ହସହସ ମୁଁହ ଦିଶୁଥିଲା 

ବିସ୍ତାରୀ ଆବୋରୀ ।


ଆସୁ ଆସୁ ପଛକୁ ଚାହିଁଲି ଫେରି

ଜାଣିଛି ବାପା ନାହାନ୍ତି

ମନକୁ ଅଟକି ପାରିଲିନି 

ତର୍କରେ ବି ବୁଝେଇ ହେଲାନି

ଆମାନିଆ ମନ ଚୈତନ୍ୟ 

ଦଉଡିଗଲା ଲଗାମଛଡ଼ା ଡେଇଁ କୁଦାମାରି ।


ଆଖିରେ ପଡିଗଲା ପିଜୁଳି ଗଛର 

କାନ୍ଦ କାନ୍ଦ ଅବୟେବ

ବହେ କାନ୍ଦିଲି

କାରଣ ବାଲେଶ୍ଵରରୁ ବାପା

ଆଣିଥିଲେ ଚାରା

ମୋ ହାତରେ ଲଗେଇ ଥିଲେ

କହିଥିଲେ ପାଦପ ପ୍ରକୃତ ବାନ୍ଧବ 

ଭାଙ୍ଗିବା ଆଗରୁ ବଙ୍କେଇ ଯିବ 

ମାଟିମନସ୍କ ମହିରୁହ ମାତର 

ମୂଳ ଯାବୋଡ଼ା ନିବିଡ଼ ମୂଳାଧର

ବଢିଚାଲେ ତପନମୁହାଁ କିଶଳୟ

ଶୋଭାବନ ପରିବେଶ ପରିଚୟ

ଦେଇଚାଲେ ଅନେକ 

ପ୍ରତିଦାନେ ମାଗେନା ନୀରବ ଅତଏବ।


ବାଟଦେଇ ବିଡ଼ାଭାର ଧରି 

ବାବାଜି ଭାଇ ଗଲା

ଖରାଟିଆ ଧାନଚାଷ କରିଛି ପାଣ୍ଠରେ

ମେଘ ଉଠେଇଲାଣି ଭସା ବାଦଳର ମେଳ

ଦେହରୁ ଗମ୍ ଗମ୍ ନିର୍ଝର ଶ୍ଵେଦଝାଳ


ଧସେଇ ପଶିଲେ ପୁଣି ବାପା

ଛୋଟ ଭାର ସବୁ କରି ଛୋଟ ବାହୁଙ୍ଗିରେ

କାନ୍ଧରେ ଲଦେଇ ଦେଇ

ପଛେ ପଛେ ନିଜେ ଦଶ ଗଣ୍ଡାର

ଓଜନିଆ ଭାର ଧରି 

ପାକଦଣ୍ଡିରେ ଗୀତଗାଇ 

ଧାନକେଣ୍ଡା ସାଉଁଟା ସାନ ଭଉଣୀ 

ଚାଲିଥାଏ ଧାଇଁ ଧାଇଁ ।


ଅସରନ୍ତି ଅତୀତର ବାର୍ତ୍ତା ନେଇ

ମାନସ ପଟରେ ତୁମେ ଅମର

ଜ୍ଞାନମଣ୍ଡଳ ନାମେ ବିଖ୍ୟାତ ସୁଖ୍ୟାତ

ମୋ ବନ୍ଧନୀମୁକ୍ତ ଜୀବନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational