STORYMIRROR

Kalandi pal

Inspirational

3  

Kalandi pal

Inspirational

ପ୍ରଭାତ ବର୍ଣ୍ଣନା

ପ୍ରଭାତ ବର୍ଣ୍ଣନା

1 min
230

ବିଭାବରୀ ଅନ୍ତ ଅବକାଶେ ପ୍ରାତଃ 

ସିନ୍ଦୁରେ ସୌନ୍ଦର୍ଯ୍ୟ ପୂରୁବ ଦିଗନ୍ତ

ଡାକଇ କୁକୁଟ  ରଖ ଚକ୍ରଧର

ପାହାନ୍ତିଆ କାକ ବୁଲି ବାର ଦ୍ଵାର 

  ସାଜି ସଦା ପ୍ରାତଃ ଦୂତ  

କରାଏ ଜାଗ୍ରତ ହୋଇଲା ପ୍ରଭାତ

  ଜାଗି ଉଠୁ ଏ ଜଗତ ।୧।


ସୁନା ଥାଳି ସମେ ଶୋଭଇ ଗଗନେ

ପୂରୁବ ଆକାଶେ ଝୁଲୁଥାଇ ଶୂନ୍ୟେ

କଅଁଳ କିରଣ  ବିଛୁରିତ ଯେହ୍ନେ

ନୂଆ ପରଶରେ ନୂଆ ଉନ୍ମାଦନେ

   ଖୁସିରେ ବିହଙ୍ଗ ଗଣେ 

ହୋଇ ପନ୍ତି ପନ୍ତି  ଗଗନେ ଉଡ଼ନ୍ତି

   ସୁମଧୁର ଗୀତ ସ୍ୱନେ ।।


ପ୍ରସ୍ଫୁଟିତ ଫୁଲେ  ଗୁଳ୍ମ ଦୂର୍ବାଦଳେ 

ଶିଶିରର ବିନ୍ଦୁ  ମୁକ୍ତା ସମ ଝଳେ

ଉଡ଼େ ପ୍ରଜାପତି  କି ମଧୁ ମକ୍ଷିକା

ଫୁକରୁ ଫୁଲକୁ ସେ ଡେଇଁ ଡେଇଁକା

   ଟିକି ଟିକି ଶୁଣ୍ଢେ ତାରେ 

ଫୁଲ ମକରନ୍ଦ  ତା ଶ୍ରମ ସମ୍ପଦ

  ଚୋର ପ୍ରାୟେ ନର ହରେ ।୩।


ଘଣ୍ଟ ଘଣ୍ଟା ତାନ  ଆଳତି କୀର୍ତ୍ତନ

ଦୂର ଦେବାଳାୟୁଁ ଭାସିଆସେ ସ୍ଵନ

ନବ ବଧୁଟିଏ  ସ୍ନାନ ପାଇଁ ଜଳେ

କାଖେ କୁମ୍ଭ ଧରି ଉଭା ନଦୀ କୂଳେ

  ସଙ୍ଗେ ସାଙ୍ଗ ସାଥୀ ଗଣ 

କଅଁଳ କିରଣ   ମଉଳେ ତକ୍ଷଣ

   ଦେଖି ତା ସୁନ୍ଦରୀ ପଣ ।୪।


କାଳିଆ ବଳିଆ କାନ୍ଧେ ଯୋଚି ହଳ

ଚଷା ପୁଅ ଯାଏ  କାନ୍ଧେ ତା ଲଙ୍ଗଳ

ଗୋରୁ ଗୋଠ ନେଇ ଗାଈ ଜଗୁଆଳି

ଯାଏ ଦୂର ପ୍ରାନ୍ତ  ହାତେ ଛତା ବାଡ଼ି

   ଅପରୂପ ଶୋଭା ହାର 

ଭାବୁକ ମନରେ ଭାବ ଯେ ସଞ୍ଚାରେ

   ସୃଷ୍ଟି କବିତାର ମାଳ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational