STORYMIRROR

Rajkishore Nayak

Inspirational

3  

Rajkishore Nayak

Inspirational

ମୁଁ ସମୟ

ମୁଁ ସମୟ

1 min
135

ମୁଁ ସମୟ ନିଜେ ବଦଳିନି 

    ମଣିଷକୁ ବଦଳିବା ଦେଖିଛି l0l


ଏହି ସ୍ୱାର୍ଥପର ଦୁନିଆଁର  

       ସ୍ୱାର୍ଥପରତା ଦେଖିଛି l

ନିଃସ୍ୱାର୍ଥପର ମଣିଷର  

       ଭଲପାଇବା ଦେଖିଛି l 

ସମୃଦ୍ଧି ଅଗ୍ରଗତି ନାଁରେ  

      ପ୍ରକୃତିକୁ ଧ୍ୱଂସ କରିବା ଦେଖିଛି l

ପ୍ରକୃତିର ପ୍ରତିଶୋଧକୁ  

     ମହାମାରୀ ବିପତ୍ତି କହିବା ଦେଖିଛି l

ମୁଁ ସମୟ ନିଜେ ବଦଳିନି 

       ମଣିଷକୁ ବଦଳିବା ଦେଖିଛି l1l


ନିର୍ବାଚନ ସମୟେ ରାଜନେତାଙ୍କ  

     ମିଛ ପ୍ରତିଶୃତି ଭରା ଶପଥ ଦେଖିଛି l

ନିର୍ବାଚନ ଜିତିବା ପରେ   

      ଘଟୁଥିବା ହିଂସାକାଣ୍ଡକୁ ଦେଖିଛି l

ଦିବାର ଆଲୋକେ ନାରୀ ଶ୍ରେଷ୍ଠପୂଜ୍ୟ  

        କହୁଥିବା ପୁରୁଷକୁ ଦେଖିଛି l

ରାତିରେ ଅନ୍ଧାରେ ଆକୁଳ ରୋଦନଯୁକ୍ତ  

        ଅର୍ଦ୍ଧଲଗ୍ନ ନାରୀକୁ ଦେଖିଛି l

ମୁଁ ସମୟ ନିଜେ ବଦଳିନି 

       ମଣିଷକୁ ବଦଳିବା ଦେଖିଛି l2l


ଭୋକ ଉପବାସେ ମନ୍ଦିର ସାମ୍ନାରେ  

     ଭିକ ମାଗୁଥିବା ଭିକାରୀକୁ ଦେଖିଛି l

ସରକାରୀ ପଦବୀରେ ବସି ଜନତାଙ୍କୁ  

      ଲାଞ୍ଚ ମାଗୁଥିବା ଦରିଦ୍ରକୁ ଦେଖିଛି l

ସ୍ୱାର୍ଥର ହାସଲ ପାଇଁ ପଛରେ  

    ଗୋଡାଉଥିବା ମଣିଷକୁ ଦେଖିଛି l

ସ୍ୱାର୍ଥର ହାସଲ ପରେ ପଛରେ  

      ଛୁରା ଭୁସୁଥିବା ପଶୁକୁ ଦେଖିଛି l

ମୁଁ ସମୟ ନିଜେ ବଦଳିନି 

       ମଣିଷକୁ ବଦଳିବା ଦେଖିଛି l3l


ଅଢେଇ ଦିନର ପ୍ରେମକୁ ଦ୍ୱାହିଦେଇ  

      ଘରଛାଡି ଯାଉଥିବା ଝିଅକୁ ଦେଖିଛି l

ନିଜ ଅଲିଅଳି ଯିବା ଅପମାନେ  

     ମୁହଁପୋତି କାନ୍ଦୁଥିବା ବାପାକୁ ଦେଖିଛି l

ତୁମବିନା ବଞ୍ଚିପାରିବିନି କହୁଥିବା  

     ଅନେକ ପ୍ରେମିକ ପ୍ରେମିକା ଦେଖିଛି l

ବିବାହର ବର୍ଷେ ନ ପୂରୁଣୁ  

    କଚେରୀ ଅଗରେ ସ୍ୱାମୀ ସ୍ତ୍ରୀ ଯୁଦ୍ଧ ଦେଖିଛି l

ମୁଁ ସମୟ ନିଜେ ବଦଳିନି 

       ମଣିଷକୁ ବଦଳିବା ଦେଖିଛି l4l


ଇଂରାଜୀ ମାତୃପିତୃ ଦିବସରେ  

  ମୋବାଇଲ ଷ୍ଟାଟସରେ ବାପା ମା ଛବି ଦେଖିଛି l

ଜାରାଶ୍ରମରେ ପୁତ୍ରର ବାଟଅନାଇ  

    ଜଗିବସିଥିବା ବୃଦ୍ଧା ବାପା ମା'କୁ ଦେଖିଛି l

ସୁଖ ସମ୍ପଦ ସମୃଦ୍ଧେ  

     ନିକଟତର ହେଇଥିବା ସାଙ୍ଗକୁ ଦେଖିଛି l

ଦୁଃଖ ବିପଦ ବେଳେରେ  

     ପାଖ ନ ଲାଗୁଥିବା ବନ୍ଧୁତ୍ବକୁ ଦେଖିଛି l

ମୁଁ ସମୟ ନିଜେ ବଦଳିନି 

        ମଣିଷକୁ ବଦଳିବା ଦେଖିଛି l5l


ହାରିଯାଉଥିବା ମଣିଷର  

       ନିରାଶ ଭରା ମୁହଁକୁ ଦେଖିଛି l

ଜିତି ଯାଇଥିବା ମଣିଷର  

       ଅହଂକାର ମିଶା ରୂପକୁ ଦେଖିଛି l

ଅହଂକାର ଯୁକ୍ତ ମଣିଷକୁ  

         ଜୁଇରେ ଜାଳିବା ଦେଖିଛି l

ମଣିଷ ନିଜର ଆପଣା କର୍ମଫଳ  

      ଏଠାରେ ହିଁ ଭୋଗ କରିବା ଦେଖିଛି l

ମୁଁ ସମୟ ନିଜେ ବଦଳିନି 

        ମଣିଷକୁ ବଦଳିବା ଦେଖିଛି l6l


ମୁଁ ସମୟ ନିଜେ ବଦଳିନି 

        ମଣିଷକୁ ବଦଳିବା ଦେଖିଛି l7l



Rate this content
Log in

More oriya poem from Rajkishore Nayak

Similar oriya poem from Inspirational