STORYMIRROR

Kalandi pal

Inspirational

3  

Kalandi pal

Inspirational

କି ଭଳି ଜୀବନ ସିଏ

କି ଭଳି ଜୀବନ ସିଏ

1 min
217


ପାର୍ଥିବ ଶରୀର 

କାଗଜ ଫର୍ଦ୍ଦରେ 

   ଜୀବ ରୂପି ଛବିଟିଏ

ତୂଳୀ ହାତେ ଧରି

ନାନା ରଙ୍ଗେ ଭରି

   ସଜାଅ ଜୀବନ ଟିଏ 

ପ୍ରଭୁ ଚରଣରେ ଦାସ ରହେ ।0।


ଚରଣରେ ସେବା 

ଏ ଜୀବନେ କେବା 

  କରେନି ଯେଉଁ ଜୀବନ 

ପଡ଼ିଯାଏ ଫିକା  

ତା ଜୀବନ ଏକା

   ସାଧା କାଗଜ ତା ମାନ 

କେଉଁ ମୂଲ୍ୟ ଅବା

ପାଦେ ନାହିଁ ସେବା

   କିଭଳି ଜୀବନ ସିଏ ।1।


ସତ୍ତ୍ଵ ରଜ ତମେ

ବନ୍ଧା ଏ ଜୀବନ

   ସତ୍ତ୍ୱେ ରଙ୍ଗ ଅମଳିନ 

ରଜ ତମ ଗୁଣେ 

ଦାନବ ସମାନେ

   ଜୀବନଟା ରଙ୍ଗ ହୀନ 

ଦେବତା ଦାନବ

ଗୁଣରୁ ମାନବ

   ପରଖିବ ଜ୍ଞାନୀ ଯିଏ ।2।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational