STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ଭୟ

ଭୟ

1 min
121

ଭୟ ଘାରିଛି ଭୟ ଘାରିଛି

ପୁରୁଷକୁ କରି କାପୁରୁଷ

ନାରୀକୁ କଲାଣି ଶକ୍ତିହୀନ  

ସତ କହିବାକୁ ଡର

ସତ ଲେଖିବାକୁ ଡର  

ଆଖି ଆଗରେ ଜଳୁଛି ସଂସାର

କେତେ ଘର କେତେ ପରିବାର  


ଭୟ ଘାରିଛି ଭୟ ଘାରିଛି

କେବେ ଦୁର୍ବଳତାର କେବେ ପରିସ୍ଥିତିର

ଦାନା ମରିଯିବା ଓ କନା ଚିରି ଯିବା ଭୟ  

ଚୋରକୁ କହିପାରିବକି ଚୋର

ଅନ୍ୟାୟ ବି ଏଠି ପ୍ରଶଂସା ପାଏ

ପେଟ ପୋଡୁଛି କିନ୍ତୁ ଓଠ ହସୁଛି 

ଶୁଖୁନି ଆଖିର ଲୁହ ଧାର  


ଭୟ ଘାରିଛି ଭୟ ଘାରିଛି

ଗଣତନ୍ତ୍ର ମରି ଯୁଗେ ହେଲାଣି ହୋ

ଏଠି ପେଟରୁ କାଟି 

ପିଠି ସଜଡ଼ା ଚାଲିଛି ଆଡ଼ମ୍ବରେ

ପୁଅଝିଅଙ୍କ ପେଟରୁ କାଟି

ବାପାକୁ ଦିଆଯାଉଛି

କୁହାଯାଉଛି ଏସବୁ କୁଆଡ଼େ ମାଗଣା 

କି ମାଗଣା ହୋ ଝିଅ ପାଠପଢି ବେକାର

ପୁଅ ଚାକିରି ଦରମା ପାଇ ଦରିଦ୍ର ସାଜିଛି  


ଭୟ ଘାରିଛି ଭୟ ଘାରିଛି

ଟେକିନେବ ରାତିଅଧିଆ ତୋତେ ପୋଲିସ

ବିରୋଧୀ ମଶାଣିରେ ପଡ଼ିଛି 

ଅଧା ପୋଡ଼ାରେ ମରୁନି ଜଳୁଛି

ବୁଦ୍ଧିଜୀବୀ ମାନେ ଧନୀ ହୋଇଗଲେଣି

ଅଧର୍ମ ଠୋ ଠୋ ହୋଇ ହସୁଛି

ଧର୍ମ କାନଧରି ବସ୍ ଉଠ୍ ହେଉଛି

କାଳିଆ ରତନବେଦୀରେ ବସିଛି

ନାଲି ଅଧରେ ହସୁଛି ହସୁଛି ହସୁଛି....। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational