STORYMIRROR

Kalandi pal

Inspirational

3  

Kalandi pal

Inspirational

ଶ୍ମଶାନ

ଶ୍ମଶାନ

1 min
135


ଶେଷ ଯାତ୍ରା ଜୀବନର ଶେଷ ଅନ୍ତ ପ୍ରତୀକ୍ଷାର.

ସେହି ସେ ମଶାଣି ଭୂଇଁ ଜୁଇ ନିଆଁ ଧୂଆଁ ଧାର.।


ଅନାଇ ବସିଛି ସେହି ବଡ ଠାକୁରଙ୍କ ଭଳି

ହାତ ଟେକି ଡାକେ ଆସ ମୋର କୋଳ ଅନୁସରି ।


ଦେଖେ ନାହିଁ ସିଏ କେବେ କିଏ ଧନୀ କେ ଗରିବ

ପାପି କିବା ତପି ହେଉ ଆଦରି ତାର ଗରଭ।


ପିଲା ଠାରୁ ବୃଦ୍ଧ ଅବା ରୋଗୀ କିବା ସ୍ବାସ୍ଥ୍ୟବାନ

ସଭିଙ୍କୁ ଆଦରି ନିଏ କରେ ନାହିଁ ତାର ତମ।


କଷ୍ଟେ ଭେଇଁ ଥାଉ ଯେତେ ଧନ ସଂପତ୍ତି ଜୀବନେ

ମୃତ୍ୟୁ ପରେ ଇଞ୍ଚେ ଜାଗା ଦିଅନ୍ତି ନାହିଁ ସ୍ଵଜନେ।


ସାଥୀ ସହଚର କେହି ନୁହନ୍ତି କେବେ କାହାର

ମାଗଣାରେ ଦିଏ ଜାଗା ହୁଏ ସାଥୀ ସହଚର ।


ଅର୍ଜିଥିବା ପାପ ପୁଣ୍ୟ ହୋଇଯାଏ ସବୁ ଲୀନ

ପାଏ ଯଜ୍ଞ କୁଣ୍ଡ ସମ ଆଖ୍ୟା ଯେ ସବୁ ଶ୍ମଶାନ।


 ଏନ୍ତୁଡ଼ିର ନିଆଁ ସିନା ଦେଖାଏ ସଂସାର ପଥ

ମଶାଣିର ଜୁଇ ନିଆଁ ଦେଖାଏ ସଂସାର ପଥ।


ଭଙ୍ଗା ହାଣ୍ଡି ଅଙ୍ଗାରରେ ପରିପୂର୍ଣ୍ଣ ଯେଉଁ ସ୍ଥାନ

ଅପବିତ୍ର ଭାବେ ମନ ହେଲେ ପବିତ୍ରତା ପୂର୍ଣ୍ଣ ।


ନୀଳ ଆକାଶର ତଳେ ଚାହିଁ ଥାଏ ଜୁକୁ ଜୁକୁ 

ଯୁଗେ ଯୁଗେ ଚାହିଁଛି ସେ ଚାହିଁ ଥିବ ବି ଆଗକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational