STORYMIRROR

Kalandi pal

Inspirational

3  

Kalandi pal

Inspirational

ତୁମେ କର ସର୍ବେ ଆତଯାତ

ତୁମେ କର ସର୍ବେ ଆତଯାତ

1 min
172

ମାତା ଗର୍ଭେ ସୁତ ମାରେ କେତେ ନାତ

ସହେ ତା କଷଣ ଦୁଃଖ କରେନି ତ

ମୋ ସଂସାର ଏତ ତୁମ ଗର୍ଭେ ଜାତ

କାହିଁ ଅଭିମାନ କର ଜଗନ୍ନାଥ

  ସୁତ ଦୁଃଖ ଦେଖେ ତୁମ ନେତ୍ର!!


ସଂସାର ଜଞ୍ଜାଳେ  ଛନ୍ଦିଛ ଠାକୁରେ

ଯେହ୍ନେ ମତ୍ସ୍ୟ ବନ୍ଧା ପୋଳୁହ ଫାଶରେ

ମୋ ସଂସାର ଡୋରି ଟାଣେ ତୁମ ହାତ 

ସବୁ ଭଲ ମନ୍ଦ  ତୁମରି ଇଙ୍ଗିତ  

  କୁହ ତୁମ ଠାରୁ ବଡ଼ କେ ତ !୧!


ତୁମ ଆଶୀର୍ବାଦ   କବଚ ଶକତ

କଚ୍ଛପର ଖୋଳ   ତା ପାଇଁ ମହତ

ଆଶିର୍ବାଦେ ପୁଣ୍ୟ  ପଥେ ଯେ ଆଶ୍ରିତ

ଦିବ୍ୟ ଜ୍ୟୋତି ଲଭେ ଯେପରି ଖଦ୍ୟୋତ 

  ତୁମେ କର ସର୍ବେ ଆତ ଯାତ !୨!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational