ତୁମେ କର ସର୍ବେ ଆତଯାତ
ତୁମେ କର ସର୍ବେ ଆତଯାତ
ମାତା ଗର୍ଭେ ସୁତ ମାରେ କେତେ ନାତ
ସହେ ତା କଷଣ ଦୁଃଖ କରେନି ତ
ମୋ ସଂସାର ଏତ ତୁମ ଗର୍ଭେ ଜାତ
କାହିଁ ଅଭିମାନ କର ଜଗନ୍ନାଥ
ସୁତ ଦୁଃଖ ଦେଖେ ତୁମ ନେତ୍ର!!
ସଂସାର ଜଞ୍ଜାଳେ ଛନ୍ଦିଛ ଠାକୁରେ
ଯେହ୍ନେ ମତ୍ସ୍ୟ ବନ୍ଧା ପୋଳୁହ ଫାଶରେ
ମୋ ସଂସାର ଡୋରି ଟାଣେ ତୁମ ହାତ
ସବୁ ଭଲ ମନ୍ଦ ତୁମରି ଇଙ୍ଗିତ
କୁହ ତୁମ ଠାରୁ ବଡ଼ କେ ତ !୧!
ତୁମ ଆଶୀର୍ବାଦ କବଚ ଶକତ
କଚ୍ଛପର ଖୋଳ ତା ପାଇଁ ମହତ
ଆଶିର୍ବାଦେ ପୁଣ୍ୟ ପଥେ ଯେ ଆଶ୍ରିତ
ଦିବ୍ୟ ଜ୍ୟୋତି ଲଭେ ଯେପରି ଖଦ୍ୟୋତ
ତୁମେ କର ସର୍ବେ ଆତ ଯାତ !୨!
