Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Inspirational

4  

Kalyani Nanda

Inspirational

ନାରୀ ତୁ ବନ୍ଦନୀୟା

ନାରୀ ତୁ ବନ୍ଦନୀୟା

1 min
280



   ନାରୀ ତୁ,

      ମମତ୍ବ ର ପ୍ରତୀକ ସ୍ୱରୂପା,

      ଜନନୀ, ଭଗିନୀ,ଜାୟା,

      ସ୍ନେହମୟୀ,ଅପରୂପା,

      ନୟନେ ଯା'ର କରୁଣା ଭରା,

      ଅନ୍ତରେ ଥାଏ ପୁଣି ଉତ୍ତପ୍ତ ଲାଭା,

      ନୋହୁଁ ତୁ ଯେ ଅବଳା,ଦୁର୍ବଳା,

    ତୁ ଅଟୁ ରିପୁବିନାଶିନୀ ଭବାନୀ ସ୍ୱରୂପା ।


  ନାରୀ ତୁ,

      ତୁ ଯେ ପ୍ରେମମୟୀ ରାଧା,

      ପ୍ରୀତିର ଫଲଗୁଧାରା,

      ପ୍ରେମମୟୀ, ଧୈର୍ଯ୍ୟ ଶୀଳା,

      ତୁ ଅଟୁ ସାହସୀ,ବୀରବାଳା,

      ହୋଇପାରୁ ତୁ ପୁଣି ଉଲ୍କା,

      ବହ୍ନି ସମ ସାହସୀ ବୀରାଙ୍ଗନା,

    ତୁ ଅଟୁ ଲାଭା ସମ ଶକ୍ତି ରୂପିଣୀ ମାଁ ଦୁର୍ଗା।

  

  ନାରୀ ତୁ,

      ପଣତେ ମମତାର ଫୁଲେ ଭରା,

      ମମତାମୟୀ,ସ୍ନେହବତ୍ସଳା,

      ଗଭୀର ସାଗର ସମ ଶାନ୍ତ,ଧୀରା,

      ସର୍ବ°ସହା, ମହାଶକ୍ତି ସ୍ୱରୂପା,

      ବିହଙ୍ଗମ ସମ ମେଲିଦେଇ ଡେଣା,

      ମାପି ପାରୁ ଆକାଶର ପରିସୀମା,

    ବିଦ୍ୟା, ବୁଦ୍ଧି,ଜ୍ଞାନମୟୀ ମାଁ ସରସ୍ବତୀ ସ୍ୱରୂପା।


  ନାରୀ ତୁ,

     ନାହିଁ ତୋ ତୁଳନା,ତୁ ଅଟୁ ସବଳା,

     ବୀରା ରମଣୀ କାତ୍ୟାୟନୀ ସ୍ୱରୂପା,

     ଆକାଶ ସମ ବିଶାଳ, ତୁ ପୂଜନୀୟା,

     ଧରିତ୍ରୀ ସମ ତୁ ଅଟୁ ଧୈର୍ଯ୍ୟ ଶୀଳା,

     ଦୃଢ଼ତାର ପ୍ରତୀକ,ଅଟୁ ତୁ ସ୍ବୟଂ ସିଦ୍ଧା,

     ତୁ ମମତାମୟୀ,କେବେ ପୁଣି ଚଣ୍ଡୀ ସ୍ବରୂପା

   ନାରୀ ତୁ ଅଟୁ ମହାନ୍,ଯୁଗେ ଯୁଗେ ତୁ ଯେ ବନ୍ଦନୀୟା।

     

‌‌ 

      



Rate this content
Log in

Similar oriya poem from Inspirational