STORYMIRROR

Kalandi pal

Inspirational

4  

Kalandi pal

Inspirational

ବାବା ଭୋଳା ଶଙ୍କର

ବାବା ଭୋଳା ଶଙ୍କର

1 min
315


ଜାଗରରେ ବାବା ଭୋଳା ଶଙ୍କର

କେତକୀ ଫୁଲରେ ଦିଶ ସୁନ୍ଦର

ମନ୍ଦିରରେ ଲାଗିଛି ଭକ୍ତ ଗହଳ

ଭୋଳା ବାବା ନାମ ପଡେ ଚହଳ

ବରଷକେ ଥରେ ଜନମ ତିଥିରେ

ରହି ଉଜାଗର ଜଳେ ଜାଗର ।


ଅତି ପ୍ରିୟ ତାଙ୍କ ବେଲ ପତର

ଅରଖ ଦୁଦୁରା କଦଳୀ କ୍ଷୀର

ଭାଙ୍ଗ ଗଞ୍ଜେଇରେ ହୋଇ ସେ ଭୋଳ

କୋପେ ଅବା ତପେ ଦିଅନ୍ତି ବର

ଆଶୁତୋଷ ନାମ ନୁହେଁ ଅକାରଣ

ସେବିବ ଯେବେ କେ ତାଙ୍କ ପୟର ।


ହାତେ ଘିଅ ଦୀପ କେତକୀ ଫୁଲ

ଶହେ ଆଠ ଗୋଟି ବେଲ ପତର

ଗୋଟିଏ ମନ୍ତ୍ର ଶିବ ଶଙ୍କର

ଫାଟି ପଡୁଅଛି ବେଢ଼ାଟି ତା'ର

ଦେଖି ମହାଦୀପ ଧୋଇଯିବ ପାପ

ପବିତ୍ର ହୋଇବ ଭକ୍ତ ଅନ୍ତର ।



Rate this content
Log in

Similar oriya poem from Inspirational