ବାବା ଭୋଳା ଶଙ୍କର
ବାବା ଭୋଳା ଶଙ୍କର
ଜାଗରରେ ବାବା ଭୋଳା ଶଙ୍କର
କେତକୀ ଫୁଲରେ ଦିଶ ସୁନ୍ଦର
ମନ୍ଦିରରେ ଲାଗିଛି ଭକ୍ତ ଗହଳ
ଭୋଳା ବାବା ନାମ ପଡେ ଚହଳ
ବରଷକେ ଥରେ ଜନମ ତିଥିରେ
ରହି ଉଜାଗର ଜଳେ ଜାଗର ।
ଅତି ପ୍ରିୟ ତାଙ୍କ ବେଲ ପତର
ଅରଖ ଦୁଦୁରା କଦଳୀ କ୍ଷୀର
ଭାଙ୍ଗ ଗଞ୍ଜେଇରେ ହୋଇ ସେ ଭୋଳ
କୋପେ ଅବା ତପେ ଦିଅନ୍ତି ବର
ଆଶୁତୋଷ ନାମ ନୁହେଁ ଅକାରଣ
ସେବିବ ଯେବେ କେ ତାଙ୍କ ପୟର ।
ହାତେ ଘିଅ ଦୀପ କେତକୀ ଫୁଲ
ଶହେ ଆଠ ଗୋଟି ବେଲ ପତର
ଗୋଟିଏ ମନ୍ତ୍ର ଶିବ ଶଙ୍କର
ଫାଟି ପଡୁଅଛି ବେଢ଼ାଟି ତା'ର
ଦେଖି ମହାଦୀପ ଧୋଇଯିବ ପାପ
ପବିତ୍ର ହୋଇବ ଭକ୍ତ ଅନ୍ତର ।
