STORYMIRROR

Anjana Naik,Anju..Deogarh

Inspirational Others

4  

Anjana Naik,Anju..Deogarh

Inspirational Others

ଛୋଟ ଅଳି

ଛୋଟ ଅଳି

1 min
342

ଛୋଟ ଅଳି ମୋର କାଳିଆ ଠାକୁର 

କାନ ଡେରି ଟିକେ ଶୁଣିବ

ମୋ ବାସି ପଖାଳ ବଦଳରେ କେବେ

ଅବଢ଼ା ମୁଠାଏ ଦେବ ।।


ଦିନ ବିତି ଯାଏ ଜଞ୍ଜାଳ ଭିତରେ

ଦେହକୁ ବେଢ଼ିଛି ଦଦରା କନାରେ 

ଖଣ୍ଡୁଆ ପାଟ ମୋ ଦରକାର ନାହିଁ

ମୋ ଲାଜ ଲୁଚ଼ାଇ ଦେବ ଗୋସାଇଁ 

ତନ୍ତ ଲୁଗା ଖଣ୍ଡେ ଦେବ

ମୋ ବାସି ପଖାଳ ବଦଳରେ କେବେ

ଅବଢ଼ା ମୁଠାଏ ଦେବ ।।


ଏ କଳିଯୁଗରେ କି ଅବା ପାଇଲି 

ଆପଣା ଲୋକ ତ ସାଜିଛି ବଇରି

ମୋ ଗାଆଁ ଛାଡ଼ି ମୁଁ ଦୂରରେ ରହୁଛି

କୁଟୁମ୍ବ ଆବୋରି ନିଦ ନ ଆସିଲେ

ବଇଁଶୀ ବଜେଇ ଦେବ

ମୋ ବାସି ପଖାଳ ବଦଳରେ କେବେ

ଅବଢ଼ା ମୁଠାଏ ଦେବ ।।


ତୋ ଦେଉଳ ସାରା ଫୁଲ ଝଲସୁଛି

ମୋ ଚ଼ାଳ ବଖରାରେ ଜହ୍ନ ଦିଶୁଛି 

ପଲଙ୍କ ଶେଯ ମୋ ଦରକାର ନାହିଁ 

ସୁଖ ସପନ ମୋ ରାତିକୁ ଦେଖିବି

ଖଜୁରୀ ପାଲ ଟେ ଦେବ

ମୋ ବାସି ପଖାଳ ବଦଳରେ କେବେ

ଅବଢ଼ା ମୁଠାଏ ଦେବ ।।


ଛୋଟ ଅଳି ମୋର କାଳିଆ ଠାକୁର 

କାନ ଡେରି ଟିକେ ଶୁଣିବ

ମୋ ବାସି ପଖାଳ ବଦଳରେ କେବେ

ଅବଢ଼ା ମୁଠାଏ ଦେବ ।।



Rate this content
Log in

Similar oriya poem from Inspirational