Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ନାରୀର ଅନ୍ତଃସ୍ୱର

ନାରୀର ଅନ୍ତଃସ୍ୱର

1 min
344


ଜନନୀ ରୂପରେ ନାରୀ ନାରାୟଣୀ

ସ୍ନେହ ପ୍ରେମ ଫଲ୍ଗୁଧାରା

ନିଃସୃତ ହୁଅଇ ଅନ୍ତରରୁ ତାର

ସନ୍ତାନର କ୍ଳେଶ ହରା।


ସନ୍ତାନବତ୍ସଳା ପଣତ କାନି ତା

ସନ୍ତାନ ଉପରେ ଥାଏ 

ଦୟା କ୍ଷମାଗୁଣେ ବସୁଧା ସମାନ

ମାଆ ସମ କିଏ ହୁଏ ।


ସନ୍ତାନ ଦୁଃଖରେ ଦୁଃଖୀ ହୁଅଇ ସେ

ସୁଖରେ ତାହାର ସୁଖୀ 

ମହାଭାରତର କୁନ୍ତୀ ଓ ଗାନ୍ଧାରୀ

ଅଛନ୍ତି ଏହାର ସାକ୍ଷୀ ।


ଭଗିନୀ ଭୂମିକା ନିର୍ବାହ କରଇ

ନାରୀଟିଏ ଯେତେବେଳେ

ପ୍ରୀତିର ଅମୃତ ଅଜାଡି ଦିଏ ସେ

ସହୋଦର ଭାଇ ପରେ ।


ଭଉଣୀ ସୁଭଦ୍ରା କୃଷ୍ଣ ବଳରାମ

ବନ୍ଧା ସ୍ନେହ ପ୍ରେମ ଡୋରେ 

ଭାଇ ଭଉଣୀଙ୍କ ସେନେହ ସମ୍ପର୍କ

ହୃଦ ଆମୋଦିତ କରେ ।


ଜାୟା ରୂପେ ନାରୀ ଥାଏ ଛାୟା ପରି

ଧର୍ମ ତାର ପତି ଗତି 

ଅହଲ୍ୟା ଦ୍ରୌପଦୀ ତାରା ମନ୍ଦୋଦରୀ

ଧନ୍ୟା ସେ ସୀତା ସାବିତ୍ରୀ ।


ଲକ୍ଷ୍ମୀନାରାୟଣୀ ବିଷ୍ଣୁ ପାଟରାଣୀ

ପାର୍ବତୀ ମାତାଙ୍କ ଗାଥା 

ଆଣିବ ମନକୁ ତୋଷିବ ପ୍ରାଣକୁ

ନ ମଣ ଏହା ଅନ୍ୟଥା ।


ଦଶମହାବିଦ୍ୟା ରୂପ ଧରି ନାରୀ

ସୃଷ୍ଟି ସ୍ଥିତି ଲୟେ ମତି 

ରଖିଥାଏ ସଦା ଅନ୍ତଃସ୍ୱର ତାର

ଦୟା କ୍ଷମା ସେବା ପ୍ରୀତି ।


ଭକତି ଶକତି ଜ୍ଞାନ ବୈରାଗ୍ୟର

ଆଲୋକ ବର୍ତ୍ତିକା ସାଜେ

ଶରଣାଗତର ରକ୍ଷଣକାରିଣୀ

ଆର୍ତ୍ତୀ ଆର୍ତ୍ତ ତେଣୁ ହଜେ ।


ରାଧା ରୁକ୍ମିଣୀ ମା ଲକ୍ଷ୍ମୀ ନାରାୟଣୀ

ସମ ନାରୀ ଅନ୍ତଃସ୍ୱର 

ଗତି ମୁକତି ଲଭିବ ତୁମେ ଯେବେ

ସେ ଚରଣ ଆଶ୍ରା କର ।


କେବଳ ଭକତି ଯୋଗରେ ଲଭିବ

ମୁକତି ତା ବିନୁ ଆନ 

ଉପାୟ ନକର ସଂସାର ସାଗରୁ

ଉଦ୍ଧରିବେ ନାରାୟଣ ।



Rate this content
Log in

Similar oriya poem from Inspirational