ବିଚ୍'ରି ଫଗୁନ୍
ବିଚ୍'ରି ଫଗୁନ୍
ଛାଏଁ ଚମ୍'କି ଫଗୁନ୍ ଛଏଲି
ବଛ୍'ରେ ଉତ୍'ରୁ ଆଏମି ବଲି
ଛନ୍ ଛନ୍ ମନ୍ ଛନ୍'କେ ଛାତି
ହୁର୍'ଦେ ଭରି ପିର୍'ତୀ ତାତି
ବସନ୍ତ୍ ରଜା କେ ଭେଟ୍'ମି ବଲି
ସପ୍'ନୁ ଥିଲା ନିତି ।
ଫଲ୍'ସା ଫୁଲ୍ ଖୁସା ଥି ଖୁଚି
ଦିହେ ବଉଲର୍ ଅତର୍ ମାଖି
ଚାର୍ ,ମହୁଲ୍ କେ ଅଁଟି ନେ ଧରି
କିନ୍ଦ୍'ରି ବୁଲ୍'ମି ବଲି
କୁଲା ଏଡେ ଆଶ୍ କରିଥିଲା ସତେ
ବିଚ୍'ରି ଫଗୁନ୍ ରାନୀ ।
କୁଲା ଏଡେ ଆଶ୍ କୁଲ୍'ଫି ଲେଖେନ୍
ତଗ୍'ଲି ତଗ୍'ଲି ଗଲା ନିଝ୍'ରି
ଉଦିନିଆ ଧୁକା ଗରେଲ୍ ଥି
ସପନ୍ ଗଲା ତାର୍ ମରି
ଚାରିଖୁତି ଗାଡି ,ମଟର୍ ରଡି
ନାଇଁ ଶୁଭ୍'ବାର୍ କୁଇଲି ର୍ ଗିତୀ
ଫଲ୍'ସା ଫୁଲେ ବହଲେ ଧୁଇଲ୍
ଫଗୁନ୍ ନାଇଁ ପାରେ ଝାରି ।ା
କଲ୍ ,କାର୍'ଖାନା ର୍ କୁହୁଲା ମାଡେ
ଚଏତି ଲୁକେ ଡରର୍ ମାଡେ
ନିରୋଲ୍ ପବନ୍ ସପନ୍ ହେଲା
ଉକ୍'ବୁକା ହେଇ ଜୀବନ୍ ଗଲା
ବଉଲ୍ କେ ଧଏଲା ଖାଁସି
ଇ ରାଏ ରକମ୍ ଦେଖି ଶୁନି କରି
ତାର୍ ସପନ୍ ଗଲା ଭାସି ।ା
ପର୍'କୁତି ରାନୀ କାନ୍ଦୁଛେ ବସି
ରତୀ, କନ୍ଦର୍ପ ଯାଉଛନ୍ ଋଷି
ନକ୍'ଲି ରଙ୍ଗ୍ ଫଗୁ କେ ଦେଖି
ରାଧା ,କୃଷ୍ଣ ବି ଯାଉଛନ୍ ଡରି
କେନ୍ତେହି ଖେଲ୍'ସୁ ବଲି ।ା
ବିଜ୍ଞାନ ସମ୍ରାଟ ର୍ ଉଛ୍'ଲେ ଶକ୍ତି
ଉପର୍ କେ ଗତି କି ତଲ୍'କେ ଗତି
ଘୁରି ଯାଉଛେ ମତି
ଋତୁ ରାଜା ,ସମ୍ରାଟର୍ ଡରେ
ଦେଲାନ କେନ୍'ନେ ସର୍'ପଟି
ଫଗୁନ୍ ବିଚ୍'ରି ବାଟ୍ ଖୁଜୁଛେ
କେନ୍ ବାଟେ ଯାଏସି ଖସ୍'ରି ।ା
