ଦୁଇ ନାଵ ଯାତ୍ରୀ
ଦୁଇ ନାଵ ଯାତ୍ରୀ
ଜୀବନର ଏକ ପଥ ତୁମେ ଜଗନ୍ନାଥ.
ଦେଇଅଛ ଆର ପଥ ମୋ ସଂସାର ରଥ.
ଜଗନ୍ନାଥ ହେ............
କି ବିଷମ ସମସ୍ୟା ଏ ନ ପାଏ ମୁଁ ଅନ୍ତ.!0!
ସତ ବୋଲି ଜାଣେ ସିନା ତୁମ ନାମ ରତ୍ନ.
କର୍ତ୍ତବ୍ୟର ପରାକାଷ୍ଠା ମୋ ସଂସାର ରଥ.
ମିଛମାୟା ରେ...........
ଜାଣି ଜାଣି ମଣୁଅଛି ମିଛକୁ ମୁଁ ସତ.!1!
ରକ୍ତ ମାଂସ ଶରୀରରେ ଏହି ଚର୍ମ ନେତ୍ର.
ଭେଲ ଦିଶେ ଭଲ ପ୍ରାୟ ଆବୋରେ ସେ ପଥ.
ଦିବ୍ୟଜ୍ଞାନ ଯେ..........
ଉଦେ ହେଲେ ବୁଝିପାରେ ତାହାର ଅସ୍ତିତ୍ୱ.!2!
କର୍ତ୍ତବ୍ୟରେ ହେଳା କଲେ ନିନ୍ଦା ଅପବାଦ.
ନାମ ତୁମ ନ ଧରିଲେ ମନେ ଅବସାଦ.
ସାହା ହୁଅ ହେ.........
ଦୁଇ ନାଵ ଯାତ୍ରୀ ଭରା କଣ୍ଟକିତ ପଥ.!3!