STORYMIRROR

MADHU MITA

Inspirational Others

3  

MADHU MITA

Inspirational Others

ଫୁଲର ସ୍ବପ୍ନ

ଫୁଲର ସ୍ବପ୍ନ

1 min
127


କେତେ କଢ଼ ଭର୍ତ୍ତି ହୋଇଥିଲେ ମଧ୍ୟ…

ଫୁଲ ହୋଇ ପାରନ୍ତିନି ସମସ୍ତେ…

ସମୟ ଆଗରୁ ଅକାଳରେ ବେଳେ…

ଝଡି ନଷ୍ଟ ହୋଇଯାନ୍ତି କେତେକ…


ଆଉ ଯେଉଁ କଢ କେବେ ଫୁଲ ହୋଇ ଫୁଟେ…

ଜଗତ ସାରା କେବଳ ତା ବାସ ହିଁ ଚହଟେ…

ସାରା ଦୁନିଆରେ ସୁଗନ୍ଧ ଭରି ଦେଇ…

ସେ ଶାନ୍ତି ପାଏ ଖୁସି ହୋଇଯାଇ…


କେତେ ଖରା ବର୍ଷା ଶୀତ କାକରକୁ ସହି…

ମୁଣ୍ଡ ଟେକି ଠିଆ ହୋଇଥାଏ ସେହି…

ତା ପରି ଯେଉଁଠି ଝଡିଯାନ୍ତି ବୃନ୍ତ…

ସେ ଧରି ରଖିଛି ବୃକ୍ଷକୁ ନହୋଇ ଚ୍ୟୁତ…


ଫୁଟିଗଲା ପରେ ତାକୁ ଦେଖି ମୋହିତ…

ହୁଏ ଯୁବକ ପ୍ରାଣ ତା ପ୍ରିୟା ପାଇଁ ତ…

ଭାବେ ସେ ଦେବ ନେଇ ତୋତେ ତା ହାତରେ…

ଗୁନ୍ଥି ଦେବ ତା ପ୍ରେମକୁ ସଜେଇ ଦେଇ ମାଳାରେ…


ଭାବେ ଦେଖି ତୋତେ ନବବଧୂ ମନେ…

ନେବ ପୂଜା ଘରକୁ ରଖିବ ଜତନେ…

ଭାବେ ଛୋଟ ଶିଶୁ ତୋତେ ତୋଳି ନେବ…

ତୋ ମହକ ଖୁସିରେ ଆଘ୍ରାଣ କରିବ…


କିଏ କେତେ ଭାବ ରଖି ଦେଖିଥାନ୍ତି ତୋତେ…

ମାଳି କିନ୍ତୁ ଜଗିଥାଇ ଲାଗୁନା ତୁ କା ହାତେ…

ସ୍ଵପ୍ନ ଦେଖନ୍ତି ସର୍ବେ ତୋତେ ନେଇଯିବା ପାଇଁ…

ତୁ କିନ୍ତୁ ସ୍ବପ୍ନ ଦେଖି ଫୁଲ କହ କାହା ପାଇଁ…


ହସି ଧିରେ ଫୁଲ କୁହେ ଶୁଣ ମୋ ସ୍ବପ୍ନକୁ…

ଆଜି ଖୋଲି କହୁଛି ଯାହା ଆସେ ମୋ ମନକୁ…

ହେବିନି କାହାରି ପ୍ରେମ ସ୍ୱାକ୍ଷର…

ଦେବତା ହାର କି ଶୋକ ସମ୍ଭାର…


କେବଳ ଯିବି ମୁଁ ସେହି ରାସ୍ତାରେ…

ଯେଉଁଠି ଜୀବନ ଦିଏ ସୈନିକ ବୀରେ…

ସ୍ଵପ୍ନ ମୋ ଉତ୍ସର୍ଗ ହେବି ଦେଶର ପାଇଁ…

ନ ହେଲେ ଯେ ଶହୀଦ ତାହାରି ପାଇଁ…


Rate this content
Log in

Similar oriya poem from Inspirational