ଆସୁଛି ସ୍ନାହାନ କରି
ଆସୁଛି ସ୍ନାହାନ କରି


ଗ୍ରୀଷମ ପ୍ରକୋପ ଭାରି ଲୋ ସଙ୍ଗାତ
ଗ୍ରୀଷମ ପ୍ରକୋପ ଭାରି.
ସହି ପାରିଲାନି ମୋ କାଳିଆ ସୁନା
ଆସୁଛି ସ୍ନହାନ କରି ଲୋ
ଆସୁଛି ସ୍ନାହାନ କରି ।
ଫୁଲୁରି ତେଲରେ ବାସ ଚନ୍ଦନ
ଭାଇ ଭଗ୍ନୀ ସର୍ବେ ହେବେ ମର୍ଦ୍ଦନ
ଶହେ ଆଠ ଗରା ଶୀତଳ ଜଳରେ
ସ୍ନାହାନ ମଣ୍ଡପେ ଭକତ ମେଳରେ
ଅପୂର୍ବ ସ୍ନାହାନ ସାରି ।
ସୁନା ରୂପା କୂଅ ଶୀତଳ ଜଳ
ସତେକି ଭଗାରି ହେଲା ଧନର
ଜ୍ୱରେ କମ୍ପି କମ୍ପି ଯିବ ଅଣସରେ
ଚଉଦ ଦିନରେ ବୈଦ୍ୟ ଉପଚାରେ
ସିଂହାସନ କରି ଖାଲି ଲୋ
ଆସୁଛି ସ୍ନାହାନ ସାରି ।