STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଜାଣେନା ମୁଁ

ଜାଣେନା ମୁଁ

1 min
170


ଜାଣେନା ମୁଁ......ମୁଁ ଜାଣେନା

ତଥାପି ହୃଦୟେ ଅଶେଷ କାମନା କଳ୍ପନା

ଚାଲିଛି ଆଗକୁ ଆଗ ପାଦ ବଢାଇ

ପଥ ଅଛି ମୋ ଆଗରେ କେତେ ଦୂର

ଏକ ଲକ୍ଷ୍ୟସ୍ଥଳର ଠିକଣା ସଞ୍ଚି ମନେ

କରିଛି ଅଗାଧ ଭରସା ରଖିଛି ଦୃଢ଼ ବିଶ୍ଵାସ

ଚାଲିଛି ପଥେ ପଥେ ହୋଇ ସତର୍କ

ଜାଣେନା ମୁଁ......ମୁଁ ଜାଣେନା 

ସୀମାରେଖା ଯାଏଁ ପହଞ୍ଚି ପାରିବି କି ନା ?

ଯାଉଁ ଯାଉଁ ପଥେ ଝୁଣ୍ଟି ପଡ଼ି

ହେବି କି କ୍ଷତ ବିକ୍ଷତରେ ଲହୁଲୁହାଣ

ଆଶଙ୍କା ବାରମ୍ବାର ଉପୁଜେ ଅନେକ

ଆତଙ୍କ ବି ଆସେ ପ୍ରାଣର ସ୍ପନ୍ଦନେ

ତଥାପି ଚାଲିଛି ମୁଁ ଚାଲିବାକୁ ହେବ

ଆଗକୁ ବଢ଼ିବାଟା ହିଁ ତ ଜୀବନ

ଆକସ୍ମିକତାକୁ ସାମ୍ନା କରିବା ହିଁ ସଂଗ୍ରାମ

ଜାଣେନା ମୁଁ...ମୁଁ ଜାଣେନା

ଏ ମୋର ଭାଗ୍ୟ କି ଭାଗ୍ୟର ବିଡ଼ମ୍ବନା।

ସୈନିକଟିଏ ହୋଇ ଜୀବନର ଯୁଦ୍ଧ କ୍ଷେତ୍ରରେ

ଅସ୍ତ୍ର ଧରି ମାଡ଼ି ଚାଲିଛି ଆଗକୁ

ଆକ୍ରମଣ ପ୍ରତି ଆକ୍ରମଣର ବାଜେ ଦୁନ୍ଦୁଭି

ଆଗରେ ପଛରେ ଶତ୍ରୁ ଅଛନ୍ତି ଘେରି 

ନ୍ୟାର୍ଯ୍ୟ ଅଧିକାର ପାଇବାକୁ

ଅନ୍ୟାୟର ପ୍ରତିବାଦ କରି ଚାଲିଛି ଆଗକୁ

ଜୟ ହେବ କି ହେବ ପରାଜୟ

ଜାଣେନା ମୁଁ...ମୁଁ ଜାଣେନା

ଡରେନା ମୁଁ... ମୁଁ ଯୁଦ୍ଧକୁ ଡରେନା।

ଦେଖୁଛି ନିତି ଉଦୟ ହେଉଛି ସୂର୍ଯ୍ୟ

ଆଲୋକରେ ତାର ଆଲୋଲିକ ହୁଏ ଧରା

ଆଜିର ସୂର୍ଯ୍ୟ କାଲିକୁ ଉଇଁଲା ବେଳକୁ

ତୁମ ସାଥେ ମୋର ସଂପର୍କ ଯେତେ

ଖିଲି ଖିଲି ହସିବ ନା ଲୁହରେ ଭାସିବ

ଭଲ ପାଇ ମୋତେ ଆଦରି ନେବ

ନା ପ୍ରତାରିତ କରି ଦୂରକୁ ଦୂରେଇ ଦେବ

ଜାଣେନା ମୁଁ...ମୁଁ ଜାଣେନା

ତଥାପି ଚାଲିଛି ଆଗକୁ କରି ଶୁଭଭାବନା।


Rate this content
Log in

Similar oriya poem from Inspirational