STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ଆମେରେ ଅମୃତ ସନ୍ତାନ

ଆମେରେ ଅମୃତ ସନ୍ତାନ

1 min
194


ତାହା ଠାରୁ ମୁଁ ଯେ ପ୍ରେରିତ,

ସେ ହିଁ ହର୍ତ୍ତା କର୍ତ୍ତା ଭଗବତ,

ସେ ପରମାତ୍ମା ଅଂଶ ଆମେ ଜାତ,

ଆମେରେ ଅମୃତ ସନ୍ତାନ,

ଜନନୀ ଜଠରେ ସେ ଦେଲା ସ୍ଥାନ,

ଇଚ୍ଛା ଯେ ତାର କରିବା ତାକୁ ସ୍ମରଣ।

ଜଠରେ ଥିବା ସମୟରେ,

କେତେ କେତେ କଥା କହିଥିଲାରେ,

ହେଲେ ତୁ ଜନମ, କରିବୁ ସୁ କରମ,

କହି ଧରାକୁ ତ ଠେଲି ଦେଲା ରେ।

ଅମୃତମୟ ଈଶ୍ବର, ଅମୃତ ମୟ ସଂସାର,

ଅମୃତ ମୟ ପିତା ମାତା ଆମ୍ଭର,

ସେମାନେ ପରା ଚଳନ୍ତି ନାରାୟଣ,

ତାଙ୍କ ଠାରୁ ଆମେ ହେଲା ଯେ ଜନମ,

ହୋଇ ଆମେରେ ଅମୃତ ସନ୍ତାନ।

ଅମୃତ ଆମ୍ଭର ଚିନ୍ତା ଚୈତନ୍ୟ,

ଆମେରେ ମଣିଷ ଅଟୁ ଅନନ୍ୟ,

କରିବା ପାଇଁ ଅମୃତମୟ କରମ ,

ତା ପାଇଁ ହୋଇଛୁ ଆମ୍ଭେ ଜନମ,

ହୋଇରେ ଆମ୍ଭେ ଅମୃତ ସନ୍ତାନ।

ହେଲେ ଧରାରେ ଯେବେ ପଡ଼ିଲୁ,

ମାୟା ମମତାରେ ବାନ୍ଧି ହେଲୁ,

ଷଡ଼ ରିପୁ ଆମକୁ କରିଲା ଦଂଶନ,

ସ୍ୱାର୍ଥରେ ହେଲୁ ଆମେ ସଭିଏଁ,

ଅମୃତକୁ ଛାଡ଼ି ହେଲୁ ବିଷ ସନ୍ତାନ।

କରିଲୁ ଦୁଷ୍କର୍ମ,ଭୁଲିଲୁ ସୁକର୍ମ,

ଭୁଲିଗଲୁ ଆମେ ହିତାହିତ ଜ୍ଞାନ,

ନ ମାନିଲୁ ଆମେ କଥା ଗୁରୁଜନ,

କଥା କଥା କେ କଲୁ ଆମେ ତାଙ୍କୁ,

ହୀନିମାନ, ପ୍ରଭୁ କଲୁ ହୀନିମାନ।

ଯେଉଁଠିକି ଗଲୁ,ବିଷ ଯେ ରଚିଲୁ,

ଜଠରେ ଦେଇଥିବା କଥା, ସବୁ ଭୁଲି ଗଲୁ,

ନ କରିଲୁ ଆଉ ଭଗବତ ସ୍ମରଣ,

ଭୁଲି ଗଲୁ ଆମେରେ ଅମୃତ ସନ୍ତାନ।

ସେପାଇଁ ପୁଣି ଜାଗ୍ରତ କଲା ଭଗବାନ,

କେବେ ଗୁରୁ ହୋଇ,କେବେ ହୋଇ ଗୁରୁଜନ,

ଦେଇ ପ୍ରବଚନ, ଦେଇ ମାର୍ଗ ଦର୍ଶନ,

ଜାଗ୍ରତ କଲା ଆମ ଚିନ୍ତା ଚୈତନ୍ୟ,

କହିଲା ତୁ ନୁହଁ ବିଷ ର ସନ୍ତାନ,

ତୋର କାର୍ଯ୍ୟ ନୁହେଁ କରିବା ଦୁଷ୍କର୍ମ,

ତୁ କରି ସୁକର୍ମ, ହେବୁରେ ମହାନ,

ତୁ ପରା ମଣିଷ, ମୋର ଅମୃତ ସନ୍ତାନ।

ତା କଥା ଶୁଣି,

ଜାଗ୍ରତ ହେଲା ଆମ୍ଭର ଚୈତନ୍ୟ ପୁଣି,

କରିବୁ ଆମେ ଏପରି କାମ,

ଦେଶ ଜାତିର ରଖିବୁ ନାମ,

କରିଲୁ ଆମେ ପ୍ରତିଜ୍ଞା,

ମାନିବୁ ସବୁ ତବ ଆଜ୍ଞା,

ଜୀଵନରୁ ସବୁ ବିଷ କାଢ଼ି ଦେବୁ,

ଅମୃତମୟ ସନ୍ତାନ ହେବୁ।

ଆମେରେ ଅମୃତମୟ ସନ୍ତାନ,

ସୁକର୍ମ କରି,ଇତିହାସ ରଚିବୁ,

ହୋଇ ଯୁଗଜନ୍ମା ରାମକୃଷ୍ଣ,

ବିଷକୁ କାଢିବୁ,ଅମୃତ ବାଣ୍ଟୁବୁ

ଦେଖେଇ ଦେବୁ ସତରେ ଆମେ ମହାନ,

ଆମେରେ ଅମୃତମୟ ସନ୍ତାନ, ଅମୃତମୟ ସନ୍ତାନ।



Rate this content
Log in

Similar oriya poem from Inspirational