STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ଏଇତ ଜୀବନ

ଏଇତ ଜୀବନ

1 min
185

ସତରେ ଏଇତ ଜୀବନ

ଟିକେ ସହଜ ହୋଇଗଲେ 

କେତେ ବଡ଼ ବଡ଼ ବନ୍ଧ ସବୁ 

ଭାଙ୍ଗି ରୁଜି ଚୁର ମାର ହୋଇ

ଭାସିଯାଏ କେଉଁ ଅତଳ 

ଦରିଆ ର ମଝିକୁ,

ଟିକେ ଅସହଜ ଆଉ ଅସହଯୋଗ

ପଣିଆ ଠିଆ କରିଦିଏ

ଜୀବନ ର ମଝିରେ ହିମାଳୟ ସଦୃଶ୍ୟ

ଏକ ବିରାଟ ପ୍ରାଚୀର

ଯାହାର ଛାଇକୁ ଛୁଇଁ ହୁଏନା, ସହି ହୁଏନା 

କହିବୁ ବା କାହାକୁ।

ବାପା ,ମାଆ, ପୁଅ ,ଝିଅ

ଗଢି ଉଠେ ସୁନ୍ଦର ଏକ

 ଲୋଭନୀୟ ମନ୍ଦିର,

 ସ୍ନେହ, ମମତା ର ଫଲ୍ଲଗୁ ରେ ପ୍ଳାବିତ ହୁଏ

 ମନ୍ଦିର ର ଅଗଣା

 କଳ କଳ ମୁଖରିତ ହେଉଥାଏ 

 ରଙ୍ଗ ବେରଙ୍ଗି ପକ୍ଷୀ ସାବକ 

 ମାନଙ୍କ ଧ୍ୱନୀ କଳରବ ର।

 ହଠାତ୍ କେଉଁଠୁ ମାଡ଼ି ଆସେ ଅଦିନିଆ ଝଡ଼

 ତାପରେ ସବୁ ଚୁପ୍ ଚାପ୍

 ଏକ ଅଖଣ୍ଡ ନିରବତା

 ସୃଷ୍ଟି କରେ ଏକ ବିରାଟ ହାଇଫେନ୍,

 ଅମାପ ଦୁରତା ସୃଷ୍ଟି ହେଇଯାଏ

 ଛାତିରେ ଚାପି ରଖିଥିବା

 ନିଜର ଲହୁ ଲୁହର ସଂସାର ଭିତରେ 

 ଭାଙ୍ଗି ବିଛାଡ଼ି ହୋଇଯାଏ

 କାଚ ଭଳି ଅନେକ ଭଙ୍ଗାମନ।

 ଲାଗେ ଜୀବନ ର ମାନେ କିଛିନାହିଁ

 ସବୁତ ବିଅର୍ଥ ଆଉ ସବୁ ମୂଲ୍ୟହୀନ

 ଆଉ କିଛି ସମାଧାନ ନାହିଁ ,

 ଛୋଟିଆ ଗଣ୍ଠିଟେ ଲାଗେ

 ବୁଢିଆଣି ଜାଲ ପରି ଅଡ଼ୁଆ ଅଡ଼ୁଆ

 ଅହଂ କାର ଘର କରି 

 ଜଗିବସିଥାଏ ତାକୁ 

 ଅବା ଛିଡାଇବ କିଏ

 କାହାକୁ ବା ଭଲ ଲାଗେ

 ଯିବାକୁ ଯେ ନଇଁ।

 ଆମେ ପରା ବାପ ମାଆ

 ଯୁଗେ ଯୁଗେ ସଦା ସର୍ବଂସହା,

 ନିଜ ହାତେ ଗଢିଥିଲେ କାଠି କୁଟା

 ବାଲି ଗୋଡ଼ି ସାଉଁଟି ଅଣ୍ଡାଳି

 ଚଞ୍ଚୁରେ ଚଞ୍ଚୁ ପୁରାଇ

 ବଡ଼ କଲେ ଲହୁକୁ ବୁହାଇ

 ନଇଁବା ତ ଆଗରୁ ଶିଖିଛେ

 ଟିକେ ନଇଁ ଯିବା କଷ୍ଟ ନୁହେଁ 

 ଫିଙ୍ଗିଦେବା ଅହଂକାର ଯାହା।

 ନିଜକୁ ସହଜ କରି ନିଜ ହାତେ

 ଛିଡାଇବା ବୁଢିଆଣି ଜାଲ

 ଆଉ ଫିଟାଇବା ଦୂରତାର ଗଣ୍ଠି,

 ଛୋଟ କେବେ ହୋଇ ଯିବା ନାହିଁ

 ନାଲି ଅରୁଣିମା ପୁଣି ବିଛୁଡି ପଡ଼ିବ

 ପ୍ରେମ ଫଲ୍ଲଗୁ ପ୍ରବାହିତ ହେବ

 ଅହଂ କାର ରାକ୍ଷସର କବଳରୁ 

 ସଦା ମୁକ୍ତହୋଇ 

 ଆଶା ମୁକ୍ତ ଜୀବନ ରେ

 ଭେଟି ଦେବା ଆଉ ଏକ

 ଦିବ୍ୟତାରେ ପରିପୂର୍ଣ୍ଣ ସୃଷ୍ଟି।

 ୟାକୁ ହିଁ ତ କୁହନ୍ତି ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational