STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ସ୍ମୃତି ଏକ ଫୁଲ ବନ

ସ୍ମୃତି ଏକ ଫୁଲ ବନ

1 min
157


ସ୍ମୃତି ଏକ ଫୁଲବନ 

ତେଣୁ ତ

ସ୍ମୃତି କେବେ ଫୁଲର ମହକ ଭରିଦିଏ

ସ୍ମୃତି କେବେ ଆଖିରେ ଲୁହ ଭରି

ସ୍ମୃତି କେବେ ଓଠରେ 

ଚେନାଏ ହସ ଆଙ୍କି ଦିଏ।

ଅନେକ ଅଭୁଲା ସ୍ମୃତି ଆସିଛି 

ଜୀବନରେ ଯାହା କେବେ ଭୁଲିହେବନି

ଅଜାଙ୍କ ଠୁ ଗପ ଶୁଣିବା

ବାବାନାଭୁତର ଗପ ଆଜି ବି 

ମନେ ଅଛି ମୋ ପିଲାବେଳର 

ଅଭୁଲା ଅତୀତ ......।

ଆଈମାର ଗପ ଆରମ୍ଭ 

କରିବା ଢ଼ଙ୍ଗ 

ଏବେ ବି ମନେପଡେ

ଦୁଃଖ କହିବି 

ନା ସୁଖ କହିବି

ନା ଯାହା ଅଙ୍ଗେ ନିଭେଇଛି 

ତା କହିବି 

ଅତୀତର ଅନେକ ସ୍ମୃତି 

ସାଙ୍ଗସାଥୀ ମେଳରେ

କୁମାର ପୁନେଇଁ ,ରଜର ମଜା

ବୋଉର ପୋଡ଼ ପିଠା

ବାପାଙ୍କ ସ୍କୁଟର 

ବାଲିଯାତ୍ରା ବୁଲା ମଜା

କିଛି ବି ଭୁଲିନି ମୋ ମନ ।

ସାରଙ୍କ ପାଠ ପଢ଼ା 

ସାଙ୍ଗସାଥୀ ମେଳର ମଜା

ମୋର ତର୍କ ବା କବିତା 

ପ୍ରତିଯୋଗିତାରେ ମୋର 

ପ୍ରଥମ ହେବା 

ଯାହା କେବେ ଭୁଲିହେବନି 

ମୋ ଦୁଇ ଭାଇଙ୍କ ସହ 

ମୋ ଖେଳ କଳିଗୋଳ

ରେ ଅନେକ ମଧୁରତା ଥିଲା 

ମୋ ସ୍ୱପ୍ନର ଘରୁ 

ଧାରେ ସିନ୍ଦୁର ଗାର 

ନେଇ ଆସିଲା ଗୋଟିଏ ଭିନ୍ନ 

ଦୁନିଆକୁ 

ଏଠି ସମସ୍ତେ ଅତି ନିଜର 

ହେଲେ ଅନେକ ଜଞ୍ଜାଳ 

ମତେ ବେଢ଼ିବସେ 

ସେତେବେଳେ ମନେ ପଡେ 

ଅନେକ ଅଭୁଲା ସ୍ମୃତି 

ସୁନା ଫରୁଆରେ ସାଇତା 

ମୋ ଅଭୁଲା ଅତୀତର ମନ ମୋହକ 

ଚଳ ଚଞ୍ଚଳ ଜୀବନ୍ତ ସ୍ମୃତି।

ମୋ ସ୍ମୃତି ଫୁଲବନରେ

ସ୍ମୃତି ସବୁ କେବେ ମନକୁ

ମହକିତ କରେ

କେବେ ଓଠରେ ହସ ଭରେ

କେବେ ଆଖିରେ ଦି ଠୋପା

ଲୁହ ହେଇ ଝରିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational