STORYMIRROR

Salila Sarangi

Inspirational

3  

Salila Sarangi

Inspirational

ମାତୃଭାଷା

ମାତୃଭାଷା

1 min
171


ମାତୃଭାଷା ପ୍ରତି ହୃଦେ ରଖି ପ୍ରୀତି

   ଭାଷାକୁ କରି ଆଦର

ଜନମ ଲଭିଛି ଓଡ଼ିଶା ମାଟିରେ

  ମୋ ଭାଷା ସ୍ଵାଭିମାନର।


ଵିଶ୍ଵ ଦରଵାରେ ପାଇଛି ମାନ୍ୟତା

  ଓଡ଼ିଆ ଭାଷା ଭାରତୀ

ପ୍ରସାର କରିବା ଗର୍ଵର ସହିତ

  ନିଜର ଭାଷା ସଂସ୍କୃତି।


ଓଡ଼ିଆ ଭାଷାର ପ୍ରତିଷ୍ଠା ଦିଵସେ

 ‌‌ ସରଵେ ସଂକଳ୍ପ ନିଅ

ଓଡ଼ିଆ ଭାଷାର ବିକାଶ ନିମନ୍ତେ

  ମନ ପ୍ରାଣ ଢାଳି ଦିଅ।


ମାଆର ଡାକରେ ଅବୁଝା ଆଖିରେ

  ଅମାନିଆ ଢେଉ ଉଠେ

ସୁମଧୁର ସେହି ଭାଷାର ଝଙ୍କାର

  ହସର ପଦୁଅଁ ଫୁଟେ।


ସବୁଠୁ ସୁନ୍ଦର ସବୁଠୁ ମଧୁର

  ଭାଷା ମୋ ମାଧୁର୍ଯ୍ୟପୂର୍ଣ୍ଣ

ଵହୁ ପୁରାତନ ଭାଷାର ଗରିମା

 ‌‌ ଅଳଙ୍କାରେ ପରିପୂର୍ଣ୍ଣ।


 କହିଲି ଓଡ଼ିଆ ଲେଖିଲି ଓଡ଼ିଆ

    ପଢିଲି ପାଠ ଓଡ଼ିଆ

ସାରା ରାଇଜରେ ମାନ୍ୟତା ପାଇଛି

  ଭାଷା ମୋ କେତେ ବଢ଼ିଆ।


କେତେ ରସାତ୍ମକ ମୋ ଭାଷା ସାହିତ୍ୟ

   ତାହାର ତୁଳନା ନାହିଁ

ରଖିବି ଅକ୍ଷୁର୍ଣ୍ଣ ମୋ ଭାଷାର ମାନ

   ଯେତେ ଦିନ ଥିଵି ଜିଇଁ।


କେତେ କାବ୍ୟ, ମହାକାବ୍ୟ ,ଗ୍ରନ୍ଥାବଳୀ

     ସେ ସୃଷ୍ଟି ସଦା ଅମର

ଯେତେ ପଢୁଥିବ ନୂଆ ଲାଗୁଥିଵ

    ଜୀବନ୍ତ ଚିର ଭାସ୍ଵର।


ଫକୀର ମୋହନ ଅଵା ଗଙ୍ଗାଧର

   କବିବର ରାଧାନାଥ

ଓଡ଼ିଆ ଭାଷାକୁ ପରିପୂର୍ଣ୍ଣ କରି

   କରିଛନ୍ତି ପ୍ରାଣଵନ୍ତ।


ଵିଦେଶୀ ଭାଷାକୁ ପରିତ୍ୟାଗ କରି

  ‌ ମାତୃଭାଷା ଦୃଢ କର

ଭାଷା କୁସୁମର ମଳୟ ପରଶେ

   ମାଟି ମାଆ ଧନ୍ୟ କର।

    




Rate this content
Log in

Similar oriya poem from Inspirational